ନଈ
ନଈ
1 min
227
ଚଞ୍ଚଳ ଚପଳା ରୂପ ତାହାର
ଭରି ଦିଏ ମନେ କେତେ ଶିହରଣ
ବିତିଛି ପିଲା ଦିନ ତାରି କୋଳରେ
ତା ତଟରେ ଥିବା ବାଲିଘରଟିରେ
ସକାଳ ସୂରୁଜ କିରଣ ଆସେ
ଦେଖିବାକୁ ମୁହିଁ ତା କୂଳରେ ବସେ
ନଈ ନୁହେଁ ସିଏ ମୋ ମାଆଟିଏ
ତାରି ସ୍ମୃତିରେ ଦିନ କଟିଯାଏ
ସୁନ୍ଦର ସବୁଜ ତା ଚାରିପାଖ
ଭୋକ ଭୁଲିଯାଏ ଗଲେ ତା ପାଖ
ମୋ ଗାଆଁ ନଈ ସେ ଅତି ସୁନ୍ଦର
ଶବ୍ଦ ନାହିଁ ବଖାଣିବାକୁ ଗୁଣ ତାହାର
