STORYMIRROR

Er.Sasanka Sekhar Panda

Tragedy

3  

Er.Sasanka Sekhar Panda

Tragedy

ମୂଖଶାଳା

ମୂଖଶାଳା

1 min
178

ଓଠଧାରେ ହସ ଲିଭିଗଲା ପରେ

ଭଗ୍ନ ଏକ ମୂଖଶାଳା

କି ସୁଆଦ ଅଛି ପୋଡ଼ା ତିଅଣରେ

ମନଟା ବିଷାଦ ବୋଳା, 


ଅମାର ଅନ୍ଧାର ଘୋଟିଲା ଅଦିନେ

ସିନ୍ଦୂରା ପଡ଼ିଲା ଶୋଇ

ଯାତନାର ଢେଉ ବାରମ୍ବାର ଉଠେ

ଟୁକୁରା ହୃଦୟ ଛୁଇଁ,

ଭଙ୍ଗା ଆଇନରେ ଭିନ୍ନ ପ୍ରତିଛବି 

ଅସଜଡ଼ା ପାନ୍ଥଶାଳା

ଓଠଧାରେ ହସ ଲିଭିଗଲା ପରେ

ଭଗ୍ନ ଏକ ମୂଖଶାଳା....(୧)


ସମୟ ଦେଇଛି ସବୁକୁ ଓଜାଡ଼ି

ଯାହା ଥିଲା ଅତୀତରେ

ଧାର ଧାର ଲୁହ ପିଇ ଗଲା ଓଠ

ଜିଇବାକୁ ଭାବନାରେ,

ନଦୀ ଆର ପାରେ ରହିଗଲେ ବନ୍ଧୁ 

ଏପାଖେ ଯା ତୁଠଶିଳା

ଓଠଧାରେ ହସ ଲିଭିଗଲା ପରେ

ଭଗ୍ନ ଏକ ମୂଖଶାଳା....(୨)


Rate this content
Log in

Similar oriya poem from Tragedy