STORYMIRROR

Mamatamanjari Das

Classics

2  

Mamatamanjari Das

Classics

ମୁଠାଏ ମୁହୁର୍ତ

ମୁଠାଏ ମୁହୁର୍ତ

1 min
390

ଫେରାଇ ଦେବକି

ମୋର ସେହି ମୁଠାଏ ମୁହୁର୍ତ

ଯାହା ତୁମ ସହ ଯାଇଛି ବିତି

ଫେରାଇ ପାରିବ ମୋର ସ୍ନେହ ପ୍ରୀତି

ଆଉ ସ୍ୱପ୍ନ ଭିଜା ରାତି

ମୁହୁର୍ତ ର ମୂଲ୍ୟ 

କେହି ବୁଝୁ ବା ନ ବୁଝୁ

ଭାବିଥିଲି ଅନ୍ତତଃ ତୁମେ ଠିକ୍ ବୁଝିବ

ମୋ ହାତରେ ତୁମ ହାତ ଥୋଇ

ବାକି ଜୀବନଟା ପାଇଁ

ମୋର ଭଲ ବନ୍ଧୁଟିଏ ହୋଇ ରହିବ ।

ହେଲେ ସ୍ୱପ୍ନ ସରିଗଲା

ବିଶ୍ୱାସ ଭାଙ୍ଗିଗଲା ,

ତୁମେ ହାତ ଛାଡିଦେଲ

ଜୀବନର ଦୋ ଛକିରେ

ଏଠି ମୁହୁର୍ତ ର ମାନେ କିଛି ନାହିଁ

ସମ୍ପର୍କ ଏଠି ହଜି ଯାଏ

ଧନ ଆଉ ଅଭିମାନ ଆଗରେ।

ତୁଛ ଏଠି ସମ୍ପର୍କ ର ମୂଲ୍ୟ

ନା'ତୁମେ କୃଷ୍ଣ

ନା'ମୁଁ ସୁଦାମା ଯେ

ତୁମେ ମୋତେ ଫରାଇ ଦେବ

ମୋର ମୁଠାଏ ମୁହୁର୍ତ ର ମାନ

ଦେଖ ବନ୍ଧୁ....

ଏବେବି ମୁଁ ଛିଡ଼ା ହୋଇଛି

ଆକ୍ତା ମାକ୍ତା ହୋଇ ସେଇ ସ୍ୱପ୍ନିଳ ମୁହୁର୍ତ ସହ

ପାରୁଛ ତ ଥରୁଟିଏ କହିଦିଅ

ମୁଁ' ଅଛି ଆଉ ଆମ ମୁଠାଏ ମୁହୁର୍ତ ବି ଅଛି

ଖାଲି ଯାହା ଫାଟ ପଡି ଯାଇଛି

ଭୁଲ ବୁଝା ବଣାର

କିଛି ଭୁଲ ଗଣିତ ରେ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics