STORYMIRROR

Mahendra Kumar Nanda

Classics Others

3  

Mahendra Kumar Nanda

Classics Others

ମୁଁ ଯେ ଏକ

ମୁଁ ଯେ ଏକ

1 min
220


ମୁଁ ଯେ ଏକ ମାନସାଙ୍କ ମାତ୍ର

ତୁମେ ଏକ ଜଟିଳ ଗଣିତ

ଗୁଣନର ଗୁଣିତକ ହେଇ

ରହିଯାଅ ଭଗ୍ନାଂଶ ଭିତରେ

ସମଷ୍ଟିର ଅଯୁଗ୍ମ ଏକକ    


ମୁଁ ଯେ ଏକ ଆଦିମ ଲାଳସା

ତୁମେ ଏକ ଆନମନା ଝର

ବହିବାର ଅବ୍ୟକ୍ତ ତୢଷ୍ଣାରେ

ଦରପୋଡା ମାଟିକୁ ଭିଜେଇ

ଝରୁଛ ଯେ ଝରୁଛ କେବଳ


ମୁଁ ଯେ ଏକ ପ୍ରତାରିତ ପାନ୍ଥ

ତୁମେ ଏକ ସୁପ୍ତ ପାନ୍ଥଶାଳା

ଅନାବନା ,କଣ୍ଟା,ଝଟା ଗଡେ

ମାପ ଖାଲି ନିଜର ଛାଇକୁ

ଦବ ଦବ କହି ହାତୀ ଘୋଡା


ମୁ ଯେ ଏକ ଶକ୍ତିହୀନ ଶବ

ତୁମେ ଏକ କୁହୁଳା ଦହନ

ଜଳେଇବା ଚୁକ୍ତିରେ ଜାଳୁଛ

ଅଧାଲିଭା ସନ୍ଦେହ ନିଆଁରେ

ଖାଲିରଖି କିଛି ଶୂନ୍ୟ ସ୍ଥାନ


ମୁଁ ଯେ ଏକ କରୁଣ ଚିତ୍କାର

ତୁମେ ଏକ ଅସଂଜତ ଇଛା

କାମନାର ଅଶୀଳ ଶବ୍ଦଙ୍କୁ

କିଣି ଜାଣ ଚଢାଦର ଦେଇ

କରିବାକୁ ନିଜର ସୁରକ୍ଷା   


ମୁଁ ଯେ ଏକ ଅପହଂଚ ସତ୍ୟ

ତୁମେ ଏକ ସଂଦିଗ୍ଧ ବଳୟ

ଅଭିଆଡି ଅସ୍ତର ଅନ୍ଧାରେ

ଖୋଜୁଥାଅ ଉଧାରିରେ ପ୍ରଶ୍ନ

ରଚିବାକୁ ସାଂକେତିକ ଭୟ   ାାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics