ମୁଁ ଯେ ଏକ
ମୁଁ ଯେ ଏକ
ମୁଁ ଯେ ଏକ ମାନସାଙ୍କ ମାତ୍ର
ତୁମେ ଏକ ଜଟିଳ ଗଣିତ
ଗୁଣନର ଗୁଣିତକ ହେଇ
ରହିଯାଅ ଭଗ୍ନାଂଶ ଭିତରେ
ସମଷ୍ଟିର ଅଯୁଗ୍ମ ଏକକ
ମୁଁ ଯେ ଏକ ଆଦିମ ଲାଳସା
ତୁମେ ଏକ ଆନମନା ଝର
ବହିବାର ଅବ୍ୟକ୍ତ ତୢଷ୍ଣାରେ
ଦରପୋଡା ମାଟିକୁ ଭିଜେଇ
ଝରୁଛ ଯେ ଝରୁଛ କେବଳ
ମୁଁ ଯେ ଏକ ପ୍ରତାରିତ ପାନ୍ଥ
ତୁମେ ଏକ ସୁପ୍ତ ପାନ୍ଥଶାଳା
ଅନାବନା ,କଣ୍ଟା,ଝଟା ଗଡେ
ମାପ ଖାଲି ନିଜର ଛାଇକୁ
ଦବ ଦବ କହି ହାତୀ ଘୋଡା
ମୁ ଯେ ଏକ ଶକ୍ତିହୀନ ଶବ
ତୁମେ ଏକ କୁହୁଳା ଦହନ
ଜଳେଇବା ଚୁକ୍ତିରେ ଜାଳୁଛ
ଅଧାଲିଭା ସନ୍ଦେହ ନିଆଁରେ
ଖାଲିରଖି କିଛି ଶୂନ୍ୟ ସ୍ଥାନ
ମୁଁ ଯେ ଏକ କରୁଣ ଚିତ୍କାର
ତୁମେ ଏକ ଅସଂଜତ ଇଛା
କାମନାର ଅଶୀଳ ଶବ୍ଦଙ୍କୁ
କିଣି ଜାଣ ଚଢାଦର ଦେଇ
କରିବାକୁ ନିଜର ସୁରକ୍ଷା
ମୁଁ ଯେ ଏକ ଅପହଂଚ ସତ୍ୟ
ତୁମେ ଏକ ସଂଦିଗ୍ଧ ବଳୟ
ଅଭିଆଡି ଅସ୍ତର ଅନ୍ଧାରେ
ଖୋଜୁଥାଅ ଉଧାରିରେ ପ୍ରଶ୍ନ
ରଚିବାକୁ ସାଂକେତିକ ଭୟ ାାା
