STORYMIRROR

Mahendra Kumar Nanda

Tragedy Others

3  

Mahendra Kumar Nanda

Tragedy Others

ବେଲଘରା ରୁ ନଗଡା

ବେଲଘରା ରୁ ନଗଡା

1 min
253


ଶିକ୍ଷା ଅପହଂଚ ସ୍ବାସ୍ଥ୍ଯ ଅପହଂଚ

ସଭ୍ଯତା ବି ଅପହଂଚ

ସ୍ବାଧୀନତା ଖାଲି ପହଂଚି ପାରିଛି

ସ୍ବାଧିନ ହବାରୁ ଦେଶ    ାା


ପଶୁ ଠୁଁ ମଣିଷ ବଳେଇ ଯାଇଛି

ଆପଣେଇ ପଂରମ୍ପରା

ଜନ କଲ୍ଯାଣର ଯୋଜନା ଗୁଡାକ

ଆପେ ଆପେ ବାଟବଣା  ାା


ଜଙ୍ଗଲ ଡଙ୍ଗର ଝରଣା ଲେଖୁଛି

ସେମାନଙ୍କ ଇତିହାସ

ଜନ ଗଣନାର ପରିସଂଖ୍ଯାନରେ

ନାହିଁ କିଛି ସ୍ପଷ୍ଟ ଚିତ୍ର     ାା


ରକ୍ତହୀନ ତାର ଜଙ୍ଗଲି ଜୁଲମ

ହାଡରୁ ଶୋଷୁଛି ସଶ

ଅକାଳ ବାଦ୍ଧକ୍ଯ ଚୁକ୍ତି ଅନୁଯାଇ

ବସେଇ ବସିଛି ଫାଶ    ାା


ଶହେ ବେଲଘରା ହଜାରେ ନଗଡା

ନିଜ ମାନଚିତ୍ର ଆଙ୍କି

ଅଣ ଆଉଡାରେ ରହି ଯାଉଛନ୍ତି

ପ୍ରଗତି ଛାଇରେ ଲୁଚି    ାା


                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy