STORYMIRROR

Mahendra Kumar Nanda

Others

2  

Mahendra Kumar Nanda

Others

ସଂଜ୍ଞା

ସଂଜ୍ଞା

1 min
519




କାର୍ଯ୍ଯାଳୟ ରେଢାଖୋଲ

ଭାର୍ଯ୍ଯାଳୟ ଭବାନୀ ପାଟଣା

ଦିନ ସରି ଗଲା ପରେ ଏଠି

ନିତିଦିନ

ପ୍ରତିଟି ସଂନ୍ଧ୍ୟାରେ

ଅଜାଣତେ ମୁଁ ହଜାଏ

ମୋ' ଟିପା ଠିକଣା ାା


ଚାରଣାର ଗିନି ପିଟି

ବାରଣାର ମୄଦଂଗ ମୁଁ ଭାଂଗେ

କେତେ ପାଦ ଆଗକୁ ଆଗେଇ

କେତେ ପାଦ ପଛକୁ ଫେରିଲି

ହିସାବରେ ତାଳ ମେଳ

ରଖି ମୁଁ ପାରେନି

ସେଫାଳର ସକାଳ ପର୍ଯ୍ଯନ୍ତ

ବୁଝା ବଣା କରି ରାତି ସାଂଗେ ାା


କିଛି ବଟବଣା ଶବ୍ବ

ଢୋକ ଗିଳି ରାସ୍ତା ଓଗାଳନ୍ତି

ମୋ' ମୁହଁର ରେଖାଚିତ୍ର

ଆଂକିବା ଆଳରେ

କେବେ କେବେ ହଜୁଥିବା

ଠିକଣାକୁ ଉଣ୍ତାଳି ଖୋଜନ୍ତି

ମୋ'ଚାରିପାଖ

ଭିଡଙ୍କ ଭିତରେ ାା


ଶ୍ରୀ ଶଇତାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍