Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Romance

4  

baishnaba meher

Romance

ମୁଁ ତୁମକୁ ଭଲପାଏ

ମୁଁ ତୁମକୁ ଭଲପାଏ

1 min
368


ତୁମକୁ ମୁଁ ଖୋଜେ

ଗୋଲାପ ଫୁଲର ପାଖୁଡ଼ାରେ,

ତୁମକୁ ମୁଁ ଖୋଜେ

ଗଜରା ଫୁଲର ବାସ୍ନାରେ ।


ତମେ କେବଳ ମୋର,

ସ୍ବପ୍ନମାନେ ସ୍ୱୀକୃତି ଦେଲେଣି,

ମୁଁ ତୁମକୁ ଭଲପାଏ,

ଏଥିରେ ଦ୍ବିମତ ନାହିଁ ।


ପ୍ରେମ ଅଦୃଶ୍ୟ ଅନୁଭବ,

ପ୍ରେମ ଶାଶ୍ୱତ ଚିରନ୍ତନ,

ଦେହ ସୁଖ କ୍ଷଣିକ,

ପ୍ରେମେ ଲୋଡ଼ା ମନ ।


ଉବୁଟୁବୁ ହୁଏ ମନ,

ଅବ୍ୟକ୍ତ ଶବ୍ଦର ଅନୁସନ୍ଧାନରେ,

ପ୍ରେମ ଆକାଂକ୍ଷାର ମୃଦୁନିଶା,

ଅତୃପ୍ତ ଭାବାବେଗର ପରିଧିରେ ।


ମୋ ହୃଦୟ କାନ୍ଥରେ...

ପ୍ରିୟା ତୁମରି ନାମ,

ଅମାନିଆ ହୋଇ ଖୋଜେ...

ତୁମକୁ ଉଦ୍ଧତ ଯଉବନ ।



Rate this content
Log in

Similar oriya poem from Romance