STORYMIRROR

Tapaswini DashSarangi

Inspirational

3  

Tapaswini DashSarangi

Inspirational

ମୁଁ ତୋର ମା' ତୁ ମୋର ଝିଅ

ମୁଁ ତୋର ମା' ତୁ ମୋର ଝିଅ

1 min
175

ମୋ ଜୀବନର ଏକ ଅଂଶ ତୁ

ମୋ ହୃଦୟର ସ୍ପନ୍ଦନ ତୁ

ମୋ ରକ୍ତରୁ ସୃଷ୍ଟି ତୁ

କାହିଁକି ନା...

ମୁଁ ମା' ତୁ ମୋର ଝିଅ।


ମୋ ଦାୟିତ୍ଵର ପରିବେଷ୍ଟନୀ ତୁ

ମୋ ମାତୃତ୍ଵର ଯଥାର୍ଥତା ତୁ

ମୋ ସଂସ୍କାରର ମହତ୍ତ୍ଵ ତୁ

କାହିଁକି ନା...

ମୁଁ ମା' ତୁ ମୋର ଝିଅ।


ମୋ ସ୍ଵାଭିମାନ ତୁ

ମୋ ଆତ୍ମାର ଅସ୍ତିତ୍ଵ ତୁ

ମୋ ସେନେହ ପସରା ତୁ

କାହିଁକି ନା...

ମୁଁ ମା'ତୁ ମୋର ଝିଅ।


ନା ଥିଲା ଅନୁଶୋଚନା 

ନା ଥିଲା ଅଭିମାନ

ନା ଥିଲା ଅବଶୋଶ

ନା ଥିଲା ଅନୁତାପ

ଯେବେ ତୁ ଆସିଲୁ ଏ ଜୀବନରେ

କାହିଁକି ନା ମୁଁ ତୋର ମା'

ତୁ ମୋର ଝିଅ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational