STORYMIRROR

Tapan Kumar Biswal

Fantasy Inspirational Thriller

4  

Tapan Kumar Biswal

Fantasy Inspirational Thriller

ମୁଁ ସମୟ

ମୁଁ ସମୟ

1 min
268

     


ବନ୍ଧା ନୁହେଁ ମୁଁ କାହାର ପଣତରେ

ରହେ ନାହିଁ କେବେ କାହା ଆୟତରେ ll


ବିଚାର ନାହିଁ ମୋ ଭଲ ମନ୍ଦ କିଛି

ଭାବେନି ଆପଣା ପର ବୋଲି କିଛି ll


ସୁଖରେ ଯେମିତି ଦୁଃଖରେ ସେମିତି 

ରହିଥିଲି ରହିଥିବି ମୁଁ ସେମିତି ll


ଭାବନ୍ତି ଅନେକ ମୋତେ ସ୍ୱାର୍ଥପର

ହୋଇନି ହେବିନି ବଶ ମୁଁ କାହାର ll


ବେଳେ ବେଳେ ପାଏ ଅନେକ ପ୍ରଶଂସା

କରୁଥାନ୍ତି ଲୋକେ ବେଳେ ବେଳେ ହିଂସା ll


ମୁଁ ଚାଲିଗଲେ ସେ ହୁଏ ଛାଟି ପିଟି

ଆଉ କିଏ କୁହେ ଯିବ ଭାଗ୍ୟ ଫିଟି ll


ଦିଅନ୍ତିନି ଦୋଷ ମୋତେ କେହି ସିଧା

କୁହନ୍ତି କପାଳେ ଲେଖିଛି ବିଧାତା ll


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy