ମୁଁ ଓଡ଼ିଆ
ମୁଁ ଓଡ଼ିଆ


ଓଡ଼ିଆ ମୁଁ ଗରବେ କହୁଛି
ଚନ୍ଦନ ତୁଳସୀ ପରି
ମୋ ମାଟି ମୁଣ୍ଡରେ ମାରି
ମଥାନତେ ଆନନ୍ଦରେ ତା'ଗାଥା ଗାଉଛି ।
ଓଡ଼ିଆ ମୁଁ.......
ଓଡ଼ିଆ ମୁଁ ଗରବେ କହୁଛି
କୁଞ୍ଜ କାନନ ଭରା
ଶ୍ୟାମଳିମା ମଧୁଝରା
ଆହା କି ସୁଷମା ସତେ ଝରି ତ ଯାଉଛି !
ଓଡ଼ିଆ ମୁଁ.......
ଓଡ଼ିଆ ମୁଁ ଗରବେ କହୁଛି ।
ଏ ମାଟି କୋଳେ ଜନମି
ବୀର ପୁଙ୍ଗବ ମଣି
କେତେ ଯେ କଷଣ ସହି ତା'ପାଇଁ ଲଢିଛି ।
ଓଡ଼ିଆ ମୁଁ.........
ଓଡ଼ିଆ ମୁଁ ଗରବେ କହୁଛି ।
ମଧୁର ମମତା ବୋଳା
ତା'ଭାଷା ମାଧୁରୀ କଳା
ଆବେଗର ଉଚ୍ଛ୍ଵାସର ଡୋରିରେ ବାନ୍ଧୁଛି ।
ଓଡ଼ିଆ ମୁଁ .....
ଓଡ଼ିଆ ମୁ
ଁ ଗରବେ କହୁଛି
କୀରତି ଯେ ଉଦ୍ଭାସଇ
ବିଶ୍ଵେ ଚକିତ କରଇ
ସଂସ୍କୃତି ଭୁବନ ସେ ତ ବାନା ଉଡାଉଛି ।
ଓଡ଼ିଆ ମୁଁ....
ଓଡିଆ ମୁଁ ଗରବେ କହୁଛି
ବେସର ମହୁର ଅନ୍ନ
ନାନାଦି ପିଠା ବ୍ୟଞ୍ଜନ
ଭୂମଣ୍ଡଳେ ଓଡ଼ିଆର ଚରଚା କରୁଛି ।
ଓଡ଼ିଆ ମୁଁ........
ଓଡ଼ିଆ ମୁଁ ଗରବେ କହୁଛି
ଓଡିଆଣି ଦାଣ୍ଡେ ଚିତା
ଲିପାପୋଛା ସୁମାର୍ଜିତା
ବାର ଦିଅଁ ତେର ଓଷା ପରବ ହସୁଛି ।
ଓଡ଼ିଆ ମୁଁ .......
ଓଡ଼ିଆ ମୁଁ ଗରବେ କହୁଛି
ପବିତ୍ର ମୋ ମାଟି ନାଇ
ଶପଥ କରିବି ମୁହିଁ
ଉତ୍କଳ କମଳାପୁର ଚରଣେ ନମୁଛି ।
ଓଡ଼ିଆ ମୁଁ....।