STORYMIRROR

Naresh Kumar Behera

Inspirational

3  

Naresh Kumar Behera

Inspirational

ମୁଁ ନୁହେଁ ଗୀତା - ୧

ମୁଁ ନୁହେଁ ଗୀତା - ୧

2 mins
14.2K


ଜାଣିଲି ମୁଁ ଯେବେଠୁ ଯୌବନ

ଦୁଇହାତ ହୋଇଥିଲା

ଛାଡି ଆସିଲା ପରେ ପଣତକାନି ମାଆର

ଅଚିହ୍ନା ଅନ୍ଧାରୁଆ ମୁହଁଗୁଡ଼ା

ଜାଣି ବି ଅଜଣା

ସତେ ଯେମିତି କୁହୁଡିଆ - ଦ୍ଵନ୍ଦ

ଟିକେ ହସ, ଟିକେ କାନ୍ଦ ।

କାହାକୁ କହିବି

କା ପାଶେ ଶୋଇବି

ଧଡ ଧଡ ହେଉ ଥାଏ ଛାତି ମୋର

ଜହ୍ନ ତାରା ଆକାଶରେ

ଖେଳୁଥାଏ ବିଜୁଳିର ଗାର

ଖାଇକି ଭୋକିଲା, ପିଇକି ଶୋଷିଲା

ଲାଗୁଥାଏ ପେଟ ବେକ ମୋର

ବଡମା କହିଥିଲା ବୋଲି

ଡରିକି ଚାହିଁଥିଲି ବସି

ଆସିବ ମରଦ

ତୋଳିନେବ ବାହୁରେ ତାର

ହୋଇବ ଜନମ ଧନ୍ୟ ମୋର ।

କଥା ଏତକ ମନେ ଅଛି

ଶେଷ ହୋଇଛି ରାତି ଚଉଠି

ଆସି ଉଠଉଛି ହାତ ମାରି

ସକାଳର କଁଅଳିଆ ତାତି

କହେ ଯେପରି ଉଠ ବେଗି

ଶାଶୁଘର ସବୁ ଥିବେ ଜାଗି

କହିବେ ବୋହୁଟା ଅଳସଇ

ଚିହ୍ନେଇବେ ସବୁ ପଡିସା ସାହି ।

ପଚାରୁଥାନ୍ତି ସଭିଏଁ

ଜାଣିବାପାଇଁ ସରସମନେ

ସାଉଂଟୁଛି ମନେ ମନେ

କାଲି ରାତିର ଘଟଣାମାନ

ଘଟିଛିକି ଅଘିଟଣ

ପାଉନି ତ କିଛି ଟେର

କହିବି ମୁଁ କି ଖବର ।

ବିତିଛି ଏମିତି

କେତେ ଯେ ସପନର ରାତି

ଖୋଜୁଥାଏ କରିବାକୁ

ପରିପୂର୍ଣ୍ଣ - ବ୍ୟାଧି

ନଚେତ ହୋଇବି ମୁଁ ପାପୀ

ଭୟରେ ଥରୁଥାଏ ଛାତି

- ୧ -

ପଚାରେ ଥରେ ଏମିତି

ଲଗେଇଲୁ କି ରଙ୍ଗ ମୋତେ

ହଜେଇଲୁ ସଜେଇ ନାରଙ୍ଗ

ଭାବିଛୁକି ଭୁଲିଗଲି କାହ୍ନାରେ

ଯାଉନି ବୋଲି ତୋ ଦୁଆରେ

ଶଙ୍ଖା ଅଳତା ଯେ ଦେହରେ ।

ତୁ କେମିତି କହୁ ଆଜି ମୋତେ

ହୋଇ ମୋ ପ୍ରଥମ ପ୍ରେମିକ

ଏ ତ ପରିଚୟ ସମାଜର

ଏ ଘରର, ସେ ଘରର

ମିଛି ମିଛିଆ ସଂସାରର

ଭାବେନା ଏହା ଯେ ମୁଁ

ତୋତେ କରିଦେଲି ପର ।

ପାଉଛି ମୁଁ ଏତେ ଭଲ ବୋଲି

କରାଉଛୁ ମୋତେ ଅଟ୍ଟହାସ୍ୟ

ବୋଲାଉଛୁ ମୋତେ ଏଠି ବାଞ୍ଛ

କରିଛୁକି ମୋତେ ତାର ପ୍ରାପ୍ୟ

ନା ଦେଖିଛି ମୁଁ ତାର ଆସ୍ୟ

କରୁଥାନ୍ତି ସବୁ ଉପହାସ

ଏ କଣ ତୋର ଆଶୀର୍ବାଦ

ଦେଇଅଛୁ ଏ କି ପ୍ରସାଦ ।

ବଦଳିଲୁନି କି ବଦଳିବୁନି

କରିଥାଉ ନଟଖଟ

ନ ପାରଇ ଛାଡ଼ି

ନ ପାରଇ ଭୁଲି

ହେଉଥାଏ ଛଟପଟ

ଦେବୁଯଦି ଦେ ଏକଗୋଟି ଫଳ

ଆଉନ ଆଶିବି ଏ ଜନମେ

ଭୁଲ ଯଦି ଅବା ମୁଁ ନ କରିଛି

ସଜା ମୋ ପାଇଁ କି କାରଣେ ।

ଦେଲୁ ଯଦି ମୋତେ ନାଆଟି ଗୀତା

ରଖେ ତୋ ଏହାର ମହତ୍ତ୍ଵ

ଭୁଲିବେନି କିନ୍ତୁ ଲୋକେ ଏ ଯୁଗର

କରିବାକୁ ଏହା ଅନ୍ତ

ତୁ ସିନା ବସିଛୁ ପଥର ପାଲଟି

ନାହିଁ ତୋର କିଛି ଚିନ୍ତା

ମଣିଷ ଜୀବନ ଦୁର୍ଲ୍ଲଭ ମାତ୍ର

ହୋଇଥାନ୍ତି ହନ୍ତସନ୍ତ ।

- ୨ –

ଛଅ ବର୍ଷର ବିବାହ ବନ୍ଧନେ

ହୋଇନି ଆବଦ୍ଧ କେବେ ଯେ ଛନ୍ଦନେ

ଜାଣିନି କଣ ସେ ମଲ୍ହାର

ସଂଗମ, ଜୁଆର ଆବେଗର

ସରିଲାଣି ଯେବେ ନଦୀ ଏ ବକ୍ଷର

ପାଇଲି ସନ୍ତାନ ଏକ ପୁତ୍ରର ।

ମୁଁ ବି ଅଜଣା କାହୁଁହେଲି ବଣା

ତା ମନେ - ତୋ ମନ କରି ବିନ୍ଧା

ପ୍ରମାଣିତ କଲୁ ନୁହେଁ ତୁ ପାଷାଣ

ଅଟୁ ସତ୍ୟ ହେ ପରମାନନ୍ଦ ।

କଲୁ ମୋତେ ମାତୃ

ଦେଲୁ ମୋତେ ତୃପ୍ତି

ପୁଣି ଯେ ରହିଛି ମନରେ

କେତେଯେ ଆସକ୍ତି

ଜାଣିବାକୁ ଥରେ

ତା ମନେ ହୃଦୟେ

ରହିନି କିଆଁ ସେ ପ୍ରୀତି ।

କହୁଛି ମୁଁ ଆଜି ଖୋଲି

କେତେ ବଡ ଭୁଲ କଲି

ପଚାରି ତା ମନ କଥା

ପାଇଲି ମୁଁ ଭାରି ବ୍ୟଥା

କି କରିବି ମୁଁ ଆଜି

ବର ମୋର ପ୍ରିୟା ସାଜି

ଯାଉଛି ସେ କାହା ଘର

ଅଜଣା ମୁଁ ନିରନ୍ତର ।

- ୩ –

ଏକି ହେଲା ବଜ୍ରପାତ

କରିବିକି ମୁଁ ନିପାତ

କାନ୍ଦି ମନ ଭାଙ୍ଗିଦେଲା

ଲହଡିର ଗନ୍ତାଘର

ଶୁଷ୍କ ନଦୀ ବୋହିଗଲା

ଦେଖି ଅଶ୍ରୁ ସୁକୁମାର

ଏକି କଲ ହେ ବିଧାତା

ମୋତେକର ବହିସ୍କାର ।

ସତେ କଣ ଦୁନିଆଁରେ

ସ୍ତ୍ରୀ ନୁହେଁ ପ୍ରେମ ବଡ

ଯଦିଥିଲା ସେ ମିଳନ

କାହିଁ କଲା ଏ ମେଳନ

ମୁଁ କଣ ଚାହିଁଥିଲି

ଏ ଯବନ ଯୌବନ

ଦେଲ କାହିଁ ପରିଚୟେ

ଦୁହିଙ୍କର ଏ ନୟନ ।

ଭାବିନ ପାରେ କିଛି

ଚେଷ୍ଟିତ ମୁଁ ଚାଲେ ଅନ୍ଧକାରେ

ତୋଳିବାକୁ ଆଉ ଏକ ଘର

ତନୟକୁ ସାଥି ସହୋଦର

ପାଇଛି ମୁଁ ଯେବେ ତାକୁ ପୁଜି

ଗଢିବି ସଂସାର ତାହାର

ଯେପାଇଁ ତୁ ରଖିଲୁ ମୋ ମାନ

ପଣିଲି ନେବି ୟାର ଭାର ।

- ୪ –

ଭୁଲିଲି ମୁଁ ସବୁକିଛି

କିଏ ସାଥି କିଏ ବର

ବଞ୍ଚିଛି ତାହାରି ପାଇଁ

ସିଏ ମୋର ମୁଁ ତାର

ନାହିଁ କିଛି ଅଭିଲାଷା

ନା ଆଶା ନା ଲିପ୍ସା

କହିବି କାହାକୁ ଏଠି

କିଏ ଅବା ସେ ଭରସା ।

ପୁଣି ଥରେ ତୋ ଦୁଆରକୁ

କଲି ପ୍ରାରମ୍ଭ ଆସିବାକୁ

ଭଲ ଯେ ତୋତେ ପାଇଥିଲି

ଭୁଲ ବୋଧେ କଲି ଅପସରି

ଅଜ୍ଞାନୀ ତ ମୁଁ ଥିଲି

ନ ବୁଝି ପାରିଲି

ଥିଲି ଏକ ପାଗଳି

ଶୁଣି ଗଲି ସହି ଗଲି

ଯିଏ ଯାହା କହିଦେଲା

ହୁଁ ଟିଏ ମାରିଲି

ତେଣୁ ମୋତେ ଦେଲୁଶିକ୍ଷା

ଏହା ହିଁ ମୋ ଶେଷ ଦିକ୍ଷା

ପାଇଗଲି ବହୁ ଆଖ୍ୟା

ହେଲି ପୁରସ୍କୃତ ଏ

ଅଜଣା ଅଚିହ୍ନା ସହରରେ

ହସ – ଲୁହ ଓ କାନ୍ଦ ଭରିକି

ଚାଲିବି ପଗୀତା ନିଜେ ସ୍ଵୀକାର ।।

- ୫ -


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational