STORYMIRROR

Jyotiranjan barik

Romance

3  

Jyotiranjan barik

Romance

"ମୁଁ" ନିଃସ୍ୱାର୍ଥ ପ୍ରେମିକ

"ମୁଁ" ନିଃସ୍ୱାର୍ଥ ପ୍ରେମିକ

1 min
514

            ..ମୁଁ..

....ସ୍ୱାର୍ଥପର ପ୍ରେମିକାର ନିସ୍ୱାର୍ଥ ପ୍ରେମିକ....


ଭାବି ନଥିଲି ମୁଁ ପ୍ରେମିକା ତତେ ଲୋ

ଭାବିଥିଲି ଭଲ ବନ୍ଧୁ 

ଛଳନା କରି ତୁ ପପ୍ରେମିକା ସାଜିଲୁ 

ପ୍ରତିସ୍ମୃତି ଦେଇ ପ୍ରତାରଣା କଲୁ

କାନ୍ଧୁଚି ମୋ ରକ୍ତ ବିନ୍ଦୁ ,


କହି ପାରିବୁକି କି ଦୋଷ ମୋହର 

ଯାହା ପାଇଁ ଭୁଲି ଗଲୁ 

ସାଥିଟିଏ ହେଲୁ 

ମୋ ସାଥେ ଖେଳିଲୁ 

ଜୀଇଁ ଥାଇ ମାରିଦେଲୁ , 


କେତେଦିନ ପାଇଁ ଆସିଲୁ ଜୀବନେ 

ଗଢିଥିଲୁ ସ୍ୱପ୍ନ ଘର 

ଆଖି ପିଛୁଳାକେ ଭାଙ୍ଗିଦେଲୁ ତାକୁ 

ଭାବିନେଲୁ ବାଲିଘର 

କାହିଁ କଲୁ ମତେ ପର 

ଲାଜକୁଳି ପରି ଝାଉଁଳି ପଡିଛି 

ହୃଦୟ ଟିକକ ମୋର ..  

ରେ ପ୍ରିୟା ତତେ କୋଟି କୋଟି ନମସ୍କାର ,


ସାଜିଥିଲୁ ଦିନେ ମୋ ମନ ମୟୂରୀ 

ପାଖେ ଯେବେ ଥିଲା ଟଙ୍କା 

ବୁଝିପାରିଲିନି ଛଳନାକୁ ତୋର 

ଦେଲୁ ମୋତେ ଶକ୍ତ ଧକ୍କା 

ଲୋକ ଦେଖାଣିଆ ଭଲପାଉଥିଲୁ 

ପ୍ରଶ୍ନ ତତେ ଆଜି ଏକା 

କେମିତି ପ୍ରେମିକା ତୁ କେମିତି ପ୍ରେମିକା ? 


ଭଲ ପାଉଥିଲି ଜୀବନଠୁ ବେସି 

ଥିଲୁ ତୁ ସୁନ୍ଦର ସାଥି 

ମିଛଟାରେ ଖାଲି ମିଠା କଥା କହି 

ଭଣ୍ଡେଇଲୁ ତୁ ଏମିତି 

ଆଉ କାହା ଶଯ୍ୟାର ସଙ୍ଗିନୀ ସାଜିଲୁ 

ସୃଷ୍ଟି କଲୁ ମରୀଚିକା 

କେମିତି ପ୍ରେମିକା ତୁ କେମିତି ପ୍ରେମିକା ? 


ଭରସା ନଥିଲା ନିସ୍ୱାର୍ଥ ପ୍ରେମକୁ 

ପ୍ରତିସ୍ମୃତି କାହିଁ ଦେଲୁ

ସମାଜ ଆଗରେ ସଳିତା ଟେ ପରି

କାହିଁ ମତେ ଜାଳିଦେଲୁ 

ପ୍ରେମରେ ଲଗେଇ କଳଙ୍କର ଛିଟା 

ସାଜିଲୁ ଖଳ ନାୟିକା 

କେମିତି ପ୍ରେମିକା ତୁ କେମିତି ପ୍ରେମିକା ?


ହେଲେ ଧ୍ୟାନ୍ ସେ ସୁନ୍ ପାଗ୍ଲି

ତତେ ମୁଁ କେମିତି ଭଲପାଏ ..


ମୋ ମନ ଆକାଶେ ଉଙ୍କି ମାରିଥିଲୁ 

ସୁନ୍ଦର ଜହ୍ନ ଟେ ହେଇ 

ପ୍ରଥମ ଦେଖାରୁ ଭଲ ପାଇଥିଲି 

ତୋ ନୀରବତା କୁ ଚାହିଁ ,


ଗଢି ସାରିଛି ମୁଁ କେତେ ସ୍ୱପ୍ନ ଘର 

ପ୍ରିୟାଲୋ ମୁଁ ତତେ ନେଇ 

ହୃଦୟରେ ମୋର ରହିଛୁ ସେମିତି 

ଇନ୍ଦ୍ରଧନୁ ଟିଏ ହେଇ ,


ପବିତ୍ରତା ମୋର ଭଲ ପାଇବାରେ 

କେତେଯେ କଳ୍ପନା ନାହିଁ 

ଭଲ ପାଉଥିବି ଅମିତି ସାଥିରେ 

ପବିତ୍ର ମୋ ପ୍ରେମ ପାଇଁ ,


କେତେ ଝଡ ଝାଞ୍ଜି ଆସିଛି ଜୀବନେ 

ତଥାପି ମୁଁ ହାରି ନାହିଁ 

ଭଲ ମୁଁ ପାଉଛି ପାଉଥିବି ତତେ 

ଜନ୍ମ ଜନ୍ମାନ୍ତର ପାଇଁ ,,

ରେ ପାଗ୍ଲି ... ଜନ୍ମ ଜନ୍ମାନ୍ତର ପାଇଁ ,,,

        

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance