STORYMIRROR

Jyotiranjan barik

Others

4  

Jyotiranjan barik

Others

●ଛପର ନଥିବା ଚାଳଘର●

●ଛପର ନଥିବା ଚାଳଘର●

1 min
305


ଛପର ନଥିବା ମାଟି କାନ୍ଥ ଚାଳ ଘରେ 

ଦିନରେ ଖରା ଦେଖି 

ରାତିରେ ତାରା ଗଣେ

ସନାତନ !

ମୁହଁ ମାଡି ପେଟେଇ ସୋଇଛନ୍ତି

ଅଭାବ ଅନାଟନ

ତା ଘର ଚଟାଣରେ !! 


ଭଙ୍ଗା ଲଣ୍ଠନ ଟା ଦୁକୁ ଦୁକୁ ହେଇ ଜଳୁଛି 

ଗାମୁଛା କାନି ବୋଳା ସଳିତା ଖଣ୍ଡେରେ 

କବାଟ ନଥିବା ଏରୁଣ୍ଡିବନ୍ଧ ପାଖେ , 

ପେଟରେ ନିଆଁ ଲାଗିଛି ତାର 

ଭୋକ ଉପାସରେ 

ସେ ନିଆଁକୁ ଲିଭେଇ ଚାଲିଛି 

ବୁନ୍ଦା ବୁନ୍ଦା ଜଳ ରାଶିରେ !! 


ଖଣ୍ଡେ ଇଁଦେରା ଆବାସ ପାଇଁ ନିତି ଯାଇ 

ନେହୁରା ହୁଏ ଗାଁ ସରପଞ୍ଚ ଆଉ ନୋମିନି କୁ !!


ଏଇଥର ହେଇଯିବ ! ତାଙ୍କର ହେଲେ ତୁମର ହବ ! 

ବ୍ୟସ୍ତ ହୁଅନି , ଚିନ୍ତା କରନି ଏଥର ନିଶ୍ଚୟ ହବ 

ଏମିତିକା ଢେର୍ ପ୍ରତିଶୃତି ପାଏ ,

କିନ୍ତୁ ସବୁ ପ୍ରତାରଣାରେ ବଦଳିଯାଏ ,

କାରଣ ! ଲାଞ୍ଚ ଦବା ପାଇଁ କଉଡ଼ି ଟିଏ ନାହିଁ 

ତା ଛପର ନଥିବା ଚାଳ ଘରେ !! 


କଉଡ଼ିଟେ ଆସିବ ବା କୋଉଠୁ ?

ଲାଞ୍ଚ ସିଏ ଦବ କେମିତି ? 

ସେ ତ ଆଁ କଲେ ତାର ଅନ୍ତ ଦିଶୁଛି 

ଚାଉଳ ଗଣ୍ଡେ ଫୁଟୁନି ବୋଲି 

ପେଟ ଯାଇ ପିଠିରେ ଲାଗିଲାଣି ତାର , 


ଆ ଭିତରେ ବହୁ ନେତା ଅଫିସର ବଦଳି ଗଲେଣି 

କିନ୍ତୁ ସେମିତି ମୁହଁମାଡି 

ପେଟେଇ ସୋଇଛନ୍ତି ଅଭାବ ଅନାଟନ

ବଦଳିନି ତା ଛପର ନଥିବା ଚାଳ ଘରର ଚିତ୍ର 


ତଥାପି ତା ଆଶା ଟିକକ ଅଛି !! 

ଆର ଥରକୁ ତା ସରକାର ଆସିଲେ 

ବଦଳିବ ତା ଛପର ନଥିବା ଚାଳ ଘରର ଚିତ୍ର !!


      



Rate this content
Log in