STORYMIRROR

Jyotiranjan barik

Others

3  

Jyotiranjan barik

Others

ପରିଚୟ

ପରିଚୟ

1 min
389

ଝାଟି ମାଟି କାନ୍ଥ କୁଡ଼ିଆଟେ ମୋର

ନଡ଼ା ଛପରର ଚାଳ

ଓଳିଏ ଦିଓଳି ଚୁଲି ଜଳିବାକୁ

ଚୁଲି ଖୋଜେ ଘଷି ଜାଳ

ନାହିଁ ବୋଲି ଅର୍ଥ ବଳ

ବେଳେ ବେଳେ ରୁହେ ଭୋକିଲା ପେଟରେ

ମିଳେ ନାହିଁ ଟୋପେ ଜଳ l


ହସିବାକୁ ଏଠି ଭୟ ଲାଗେ ମତେ

କାନ୍ଦିଲେ ଲାଗୁଛି ଭୟ

ସତ ମିଛର ଏ ଦୋଛକି ରାସ୍ତାରେ

କରୁଛି ମୁଁ ଅଭିନୟ

ମୋ ଚଲା ପଥ କଣ୍ଟା ମୟ

ପରିସ୍ଥିତି ର ମୁଁ ଦାସ ଟେ ସାଜିଛି

ବାସ୍ .. ଏତିକି ମୋ ପରିଚୟ ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍