STORYMIRROR

Jyotiranjan barik

Others

4  

Jyotiranjan barik

Others

ଝଡ

ଝଡ

1 min
126


ଝଡ ଆସିବ , ଝଡ ଆସିବ !

ହରେଇବା ପାଇଁ ପଡିବ ଅରୁଲ ଯାଏଁ

ଖାଲି ସ୍ମୃତି ଟିକକ ମନେ ରହିବ !!

ସେଇ ଭୟରେ ମରେ

ମୁଁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ !!


ଏବେଠୁ ପାଣିପାଗ ସୂଚନା ଦେଲେଣି 

ପଲ୍ଲୀରୁ ସହର ଯାଏ ଲୋକେ କଥା ହେଲେଣି 

ଭୟଙ୍କର ରୂପ ନବ ଆଗକୁ ଆସୁଥିବା ଝଡ

ଏଇଠି ଲାଣ୍ଡଫଲ୍ କରିବ !!

ସେଇ ଭୟରେ ମରେ 

ମୁଁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ !!


ଛାତ ଟିଏ ନାହିଁ 

ଓଳିରୁ ପାଣି ଗଳୁଛି 

ଅଦିନରେ ଅସରାଏ ବର୍ଷା ହେଲେ ,

କେମିତି ଝଡ଼କୁ ସାମ୍ନା କରିବ 

ଠାଏ ଠାଏ ଫାଟିଥିବା ମାଟି କାନ୍ଥରେ 

ପୋପରା ବାଉଁଶ ଲଗା ଚାଳ ଘର !!

ସେଇ ଭୟରେ ମରେ

ମୁଁ ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ !! 


କେହି କଣ ରଖିବେ 

ଦୁନିଆର ଦ ଜାଣିନଥିବା ଦୁଇ ଶିଶୁଙ୍କୁ ମୋର ?

ନା ରଖିବେ ଦୁନିଆ ଆଗରେ କୋମଳ ଶିଶୁର

ଅଭିନୟ କରୁଥିବା ତେୟାନବେ ବର୍ଷର

ବୁଢା ବାପାକୁ ମୋର ?? 

ତାଙ୍କ କଥା ଭାବି ଭାବି ସକାଳରୁ ସଞ୍ଜ !!

ସେଇ ଭୟରେ ମରେ

ମୁଁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ !!


ତେଲ ଲୁଣର ଅଭାବ ସଂସାରରେ 

ଜହର ଟିକିଏ ପାଇଁ କଉଡ଼ି ଟିଏ ନାହିଁ 

କେମିତି ସଜାଡିବି ଭାଙ୍ଗି ଯାଇଥିବା ବସାକୁ 

ଝଡ ଥମିଗଲା ପରେ !!

ସେଇ ଭୟରେ ମରେ 

ମୁଁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ !!


         


Rate this content
Log in