ଜନ୍ମଭୂମି
ଜନ୍ମଭୂମି
ଭାରତ ଆମ ଜନମ ଭୂମି
ସରଗ ଠୁ ବଳି ବଡ
ଏହାକୁ ଆମେ ରକ୍ଷା କରିବା
ଆସୁ ପଛେ ଝାଞ୍ଜି ଝଡ଼ ,
ଏହି ମାଟିରେ ଜନମି ଥିଲେ
କେତେଯେ ମହା ପୁରୁଷ
ବିର ପଣେ ହୋଇ ରକତ ବୁହାଇ
ଦେଶରେ ଆଣିଲେ ହରଷ ,
ଲଢ଼େଇ କରି ସେ ଛଡେଇ ଆଣିଲେ
ଆମରି ସୁନାର ଦେଶ
ହଜି ଗଲେ କେଉଁ ଅନ୍ଧାର ରାତ୍ରିରେ
ରହିଗଲା ଖାଲି ତାଙ୍କରି ଯଶ ,
ସ୍ୱାଧୀନତା ପାଇଁ ପତାଇଲେ ଛାତି
ବନ୍ଧୁକ ମୁନ ଆଗରେ
ଗୋରା ସରକାର ଛାଡି ଗଲା
ଭାରତ ବାସୀଙ୍କ ରାଗରେ ,
ଏହି ମାଟିର ଅନିଷ୍ଟ ପାଇଁ
ସୃଷ୍ଟି ହୋଇଛି ଆତଙ୍କ
ସତ୍ୟ ପଥେ ଯାଇ ସାମ୍ନା କରିବା
ଭାଙ୍ଗି ଦେବା ତାଙ୍କ ଟାଙ୍କ ,
ଆସ ଆସ ଯେତେ ଭଉଣୀ ଭାଇ
ଏଇଠୁ ନେବେ ଶପଥ
ଜନ୍ମ ଭୂମିକୁ ରକ୍ଷା କରିବା
ମିଶାଇ ହାତକୁ ହାତ
