STORYMIRROR

Prasanna kumar sahu

Inspirational

3  

Prasanna kumar sahu

Inspirational

ମୁଁ ନାରୀ ଟିଏ କହୁଛି

ମୁଁ ନାରୀ ଟିଏ କହୁଛି

1 min
955


ଖୁସି ହୋଇଲେ ମୁଁ

ଖୁସି କରାଇବି

ସଦସ୍ୟଙ୍କୁ ପରିବାରେ,

ମୋତେ ଲୋଡା ନାହିଁ

ଅତ୍ୟଧିକ ଖୁସି

ଦୁଃଖ ନ ପାଇଲେ ବାରେ।


ସୁଖ ସିନା ମୋର

ଲୋଡା ବାହିଁ କହେ

ଖୁସି କିନ୍ତୁ ଲୋଡା ମୋର,

ଅଳପ ଖୁସିରେ

ଖୁସି ଶ୍ରିତସ୍ଵିନୀ

ବୁହସିବି ପରିବାର।


ମୋର ଖୁସି କଥା

ଚିନ୍ତା କରନାହିଁ

ଦୁଃଖ ନ ଦେବା ଚିନ୍ତିବ,

ଖୁସିର ସ୍ରୋତ ଯେ

ଘରେ ଖେଳିଯିବ

 ଉପଭୋଗ କରୁଥିବ।


ଦୁଃଖ ମନେ ରହି

ଖୁସି ବାଣ୍ଟିବା କି

ସମ୍ଭବ ହୋଇ ପାରିବ,

ସଭିଏଁ ଏହାକୁ

ହୃଦୟେ ବୁଝିଲେ

ସମାଜେ ଖୁସି ଖେଳିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational