Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract

3  

Anita Dash

Abstract

ମୁଁ ମୋ ଉପରେ ଖୁସି

ମୁଁ ମୋ ଉପରେ ଖୁସି

1 min
12.1K



ମୁଣ୍ଡ ଉପରର ଆକାଶଟା ଛିଣ୍ଡି

ମୁଣ୍ଡରେ ହୋଇନି ଛେଚି,

ପାଦତଳ ଭୂଇଁ ଖଣ୍ଡ ଖଣ୍ଡ ହୋଇ

ଫାଟି ଯାଇନିତ ଧସି । [୧]



ଖଣ୍ଡିଆ ଭୂତର ମାଡୁଆ ପବନ

ନେଇ ନାହିଁତ ଉଡେଇ,

ଲଘୁଚାପ ମିଶା ପୂନେଇଁ ଜୁଆର

ଦେଇ ନାହିଁ ତ ଡୁବେଇ। [୨]


ଇନ୍ଦିର ରଜାଙ୍କ ଚଡକ ମାଡରେ

କାନ ହୋଇନି ବଧିର,

ସୂରୂଜର ଅଂଶୁଘାତର ଆଘାତ

ପଠେଇନି ଆରପାର। [୩]


ଆହେ ଚିକିଣିଆ ଛଳିଆ ଦରଦୀ

ଲୋଡା ନାହିଁ କାର ଦୟା,

ପଇସା ଯଚେଇ ରକତ ଶୋଷିବ

ଜାଣିଛି ତୁମରି ମାୟା । [୪]


ଗୋଡହାତ ଚଳି ମଜୁରି ଖଟୁଛି

ପାଉଛି ପାଉଣା ମୋର,

ଦି ଓଳି ଦି ମୁଠା ଖାଇବା ମିଳୁଛି

ସେତିକି ମୋ ଦରକାର । [୫]


ଅବଳା ହେଲେବି ଦୁର୍ବଳା ନୁହେଁ ମୁଁ

କରି ଜାଣେ ଆତ୍ମ ରକ୍ଷା,

ଭାଗ୍ୟ ଠାରୁ ବେଶୀ ସୁଖୀ ହେବାପାଇଁ

ଘୃଣା କରେ ଦୟା ଭିକ୍ଷା । [୬]


ନାକ ପୁଡା ଆଗେ ଆଙ୍ଗୁଠି ରଖିଲେ

ନିଶ୍ୱାସ ଆସୁଛି ଖର,

ମାଟି ଘଟରେ ତ ପ୍ରାଣଟା ରହିଛି

ତେବେ କାହିଁପାଇଁ ଡର । [୭]


ଜଗତ କରତା ହାତ ଯୋଡି ତତେ

ଗୁହାରି ଜଣାଏ ମୁହିଁ,

ମୋ ସୁଲିକୁ ଏମିତି ହସେଇ ହସେଇ

ଖୁସିରେ ରଖିଥା ତୁହି । [୮]


Rate this content
Log in

Similar oriya poem from Abstract