STORYMIRROR

Deepak Sarangi

Inspirational

2  

Deepak Sarangi

Inspirational

ମୁଁ ଖୋଜୁଛି

ମୁଁ ଖୋଜୁଛି

1 min
13K


ମୁଁ ଖୋଜୁଛି.......

ଦୀପକ ଷଡଙ୍ଗୀ


ମୁଁ ଖୋଜୁଛି.....

ଏମିତି ଏକ ଦରଦୀ ସାଥୀଟିଏ

ଦରଦ ବୁଝି ମୋ ପାଇଁ ଦେବ ଦରଦ ଢାଳି ଯିଏ

ସୁଖ ଦୁଖକୁ ନିଜର ଭାବି

ପର ଅପଣା ମନେ ନରଖି ହେବ ମୋ ହସ ଲୁହର ଭାଗୀ


ମୁଁ ଖୋଜୁଛି.......

ଆଖିରେ ମୋର ନିଦ ସାଜିବ

ରାତି ଦିନ ମୋର ସ୍ଵପ୍ନ ହେବ

ସକାଳୁ ନିଦରୁ ଉଠାଇ ଦେବ

ସକାଳ ସୁରୁଜ ଦେଖାଇ ଦେବ


ମୁଁ ଖୋଜୁଛି......

ସେ ମୋ ମନ ମନ୍ଦିରରେ ଯାଇ

ମୋ ପାଇଁ ଧୂପ ଦୀପ ଲଗାଇ

ମାଆଙ୍କଠାରେ ଶୁଭ ମନାସି

ବ୍ୟଞ୍ଜନ ସବୁ ଦେବ ପରଶି


ମୁଁ ଖୋଜୁଛି.....

ଭସାଇ ପୁଣି କୋଳାଇ ନେବ

ମିଠା ମିଠା କଥା କାନେ କହିବ

ଓଢଣୀ ତଳେ ଲାଜ ରଖିବ

ଚିରଦିନ ପାଇଁ ସାଥିରେ ଥିବ

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational