STORYMIRROR

Mamatamanjari Das

Classics

2  

Mamatamanjari Das

Classics

ମୁଁ କେବଳ ମୁଁ ରହିବି

ମୁଁ କେବଳ ମୁଁ ରହିବି

1 min
309

ମୁଁ କେବେ ରାଧା ହେବିନି

ମୋ ପ୍ରମରେ ମୋ ସ୍ୱାମୀ ଙ୍କର

ଆଉ ଏକ ଋକ୍ମଣୀ ରହିବ

ନାମକୁ ମାତ୍ର ମୋ ନାମ

ପତିସହ ଯୋଡା ହୋଇଥିବ


ମୁଁ କେବେ ସୀତା ବି ହେବିନି

ନିଜ ସତୀତ୍ୱର ପ୍ରମାଣ ପାଇଁ

ଅଗ୍ନି ରେ ଚାଲିବି

ପ୍ରମାଣ ଦେବା ଆଗରୁ

ମୁଁ ତାଙ୍କୁ ଛାଡି ଦେଇ ଏକାକୀ ଚାଲିବି

ମୁଁ କେବଳ ମୁଁ ରହିବି


ମୁଁ କେବେ ମୀରା ବି ହେବିନି

ଏକ ମୂର୍ତ୍ତି ର ମୋହରେ ,

ଆତ୍ମୀୟଙ୍କୁ ଭୂଲିଯାଇ

ହାତରେ ତାନପୁରା ଧରି

ସାଧୁଙ୍କ ସାଥୀରେ ଚାଲିବି

ମୁଁ କେବଳ ମୁଁ ହିଁ ରହିବି


ଯଶୋଧାରା ବି ହେବିନି

ଛାଡି କରି ଯେ ଚାଲିଗଲା

କର୍ତ୍ତବ୍ୟ ସବୁ ଭୁଲିଗଲା

ଜ୍ଞାନର ଲୋଭରେ ,

ଏପରି ସ୍ୱାମୀ ପାଇଁ ମୁଁ କାହିଁକି

ମିଛଟାରେ ପତିବ୍ରତା ହେବି

ମୁଁ କେବଳ ମୁଁ ରହିବି


ଉର୍ମୀଳା ବି ହେବିନାହିଁ

ଯେଉଁ ସ୍ୱାମୀ ର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ ନାହିଁ

ଭାତୃପ୍ରେମେ ଅନ୍ଧ ହୋଇ

ଛାଡିଯାଏ ବର୍ଷ ବର୍ଷ ପାଇଁ

ତାଙ୍କ ପାଇଁ ମୁଁ କାହିଁକି ଅପେକ୍ଷା କରିବି

ମୁଁ କେବଳ ମୁଁ ହିଁ ରହିବି


ଗାନ୍ଧାରୀ ବି ହେବିନାହିଁ

ନେତ୍ରହୀନ ସ୍ୱାମୀ ପାଇଁ

ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବି ,

ବରଂ ନିଜେ ଦେଖି ମୋ ନେତ୍ରରେ

ସ୍ୱାମୀ ଙ୍କୁ ମୋ ଦୁନିଆ ଦେଖାଇବି

ମୁଁ କେବଳ ମୁଁ ହିଁ ରହିବି


ମୁଁ କେବଳ ତାଙ୍କ ସହ ଜୀଇଁବି

ଯିଏ ମୋତେ ହୃଦୟରୁ ଭଲପାଏ

ନା'ତା ଆଦେଶ ମାନିବି

ନା'ତାର ନିର୍ଜାତନା ସହି ପତିପ୍ରାଣା ହୋଇ

ଜୀବନ ନାଶିବି ,,

ମୁଁ କେବଳ ମୋର କର୍ତ୍ତବ୍ୟ କରିବି

ଦୁନିଆର ବଡ ଦାଣ୍ଡରେ

ଏକାଚାଲି ନିଜେ ନିଜର ପରିଚୟ ସୃଷ୍ଟି କରିବି

ମୁଁ କେବଳ ମୁଁ ହୋଇ ରହିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics