STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ମୁଁ ଏକ ରାସ୍ତା କଡର ଗଛ

ମୁଁ ଏକ ରାସ୍ତା କଡର ଗଛ

1 min
13.8K


ମୁଁ, ଯେ,

ରାସ୍ତା କଡର ଗଛ,

ଫୁଲ ଫଳେ ଭରା ନଶୋହେ ମୁଁ ଅତି,

ପଥିକ ମେଣ୍ଟାଏ କେତେ ତାର କ୍ଲାନ୍ତି,

ପରିବେଶ କୁ ମୁଁ ଦେଇଥାଏ ତ୍ରୁପ୍ତି,

ଅମ୍ଳଜାନ ମୋ ଠୁଁ ହୁଅଇ ଉତ୍ପତ୍ତି,

ମୋତେ କିଏ ବା କୁହ, ଚିହ୍ନିଛ ...... ?

ମୁଁ ଯେ ରାସ୍ତା କଡର ଗଛ ............୦

ରାସ୍ତା କଡରୁ ଜନମ ମୋହର,

ପାଣି, ଖରା, ବାୟୁ ଅଟେ ମୋ ଆହାର,

ବଇରି ସାଜିନି କେବେ ବି କାହାର,

ମାତା ପିତା କିଏ ଯାଣିନି ମୋହର,

ମୋତେ, କିଏ କୁହ "ଲଗାଇଛ ... .. ?

ମୁଁ ଯେ ରାସ୍ତା କଡର ଗଛ .......... ୧ ..

କେତେ ଦିନୁଁ ବଢ଼ି ରହିଛି ଏଠାର,

କେତେ ଶାଖା ପତ୍ର ଗଲାଣି ମୋହର,

କରିଛି କି ନାହିଁ କାରେ ଉପକାର,

ହିସାବ ରଖିନି ଦିନେ ମୁଁ ତାହାର,

ତାହା; କିଏ କି କେବେ ଜାଣିଛ ?

ମୁଁ ଯେ ରାସ୍ତା କଡର ଗଛ ......... ୨ ..

ପ୍ରକୃତି ଅଟଇ ଚୀର ମୋର ସାଥୀ,

ପିତା "ମୋ" ଆକାଶ '' ମାତା "ମୋ" ଧରିତ୍ରୀ "

ପକ୍ଷୀ ପଲ ସବୁ ମୋହରି ଅତିଥି,

ପଶୁମାନେ ସ୍ନେହେ ମୂଳେ ନିଦ୍ରା ଯାନ୍ତି,

ମୁଁ "ସଭିଙ୍କ ସେନେହ ଗୁଚ୍ଛ ........

ମୁଁ ଯେ ରାସ୍ତା କଡର ଗଛ ............. ୩ ..

ବିଶେଷ ଜ୍ଞାନରେ ବିଜ୍ଞାନୀ ସାଜିଲ,

ଅଜ୍ଞାନେ ପ୍ରକୃତି ବିକ୍ରୁତ କରିଲ,

ପ୍ରକ୍ରୂତୀ ସାଜିଛି ରୂପର କାଙ୍ଗାଳ,

ଧରା ଧୀରା ଆଜି ହୁଏ ଟଳମଳ,

ଯହିଁ "ପଥ ଶୂନ୍ଯ ଋତୁରାଜ ,!!

ମୁଁ ଯେ ରାସ୍ତା କଡର ଗଛ .......... ୪ ..

ମୋହରି ନିମନ୍ତେ ରାଜି ପଞ୍ଚଭୂତ,

ଜାହାରି ପରଶେ ମୋ ଦେହ ପ୍ଲାବିତ,

ମୋ "ଜାତି" କୋଳରେ ପ୍ରକ୍ରୂତୀ ଶୋଭିତ,

ଥିଲେ ମଲେ 'ମୁହିଁ, ଜନ କାର୍ଯ୍ୟେ ରତ,

ମୋତେ "

କାହିଁକି ତୁମେ ହାଣୁଛ "" ?

ମୁଁ ତୁମ ସେଇ,

ରାସ୍ତା କଡର ଗଛ ............. ୫ ..


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational