STORYMIRROR

Sasmita Acharya

Inspirational

2  

Sasmita Acharya

Inspirational

ମୁଁ ବୋଧେ ବଡ଼ ହେଇଯାଇଛି

ମୁଁ ବୋଧେ ବଡ଼ ହେଇଯାଇଛି

1 min
2.2K


ଆଉ ନାହିଁ ସେହି ଚପଳତା

ପିଲା ଦିନର ଜିଦ୍ ଖୋର୍ ଝିଅର ସ୍ବଭାବ

ଅଳି ଅଝଟ ଅବୁଝା ପଣ

କିଏ ବା ବୁଝିବ ଏବେ

ସମସ୍ତଙ୍କ ଜିଦ୍ ଇଚ୍ଛା ଅଝଟ ପଣକୁ

ପୁରା କରୁ କରୁ ଦିନରାତିର ସମୟ ନିଅଣ୍ଟ ||


ସତମିଛର ଦୁନିଆ ଭିଡ଼ରେ ବାଟ ଚାଲୁ ଚାଲୁ

ସୁଖ ଦୁଃଖର ହିସାବ କରୁଛି କିଏ

କେତେ କ'ଣ ମିଳିଳାଣି

କେତେ କ'ଣ ହଜିଲାନି

କଢ଼ଟିଏ ଫୁଲ ହେଇ

ଫୁଟିବାର ପ୍ରୟାସ କରୁ କରୁ

କେତେବେଳେ ଯେ ମଊଳିବାର

ସମୟ ଆସିବ ସେଇ ପ୍ରତିକ୍ଷାରେ

ଚାଲୁଥାଏ ଜୀବନ ଆଉ ସମୟ

ମୁଁ ବୋଧେ ବଡ଼ହେଇଯାଇଛି,

ମୁଁ ବୋଧେ ବଡ଼ ହେଇଯାଇଛି……|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational