STORYMIRROR

Sudhanjali Mishra

Romance

2  

Sudhanjali Mishra

Romance

ମୁଁ ଭଲପାଏ

ମୁଁ ଭଲପାଏ

1 min
347

ମୁଁ ଭଲପାଏ

ମୁଁ ଭଲପାଏ " ବିରହ"କୁ

ଯେଉଁଥିରେ ଥିଲା

ତୁମ ସ୍ଥାନର ଶୂନ୍ୟତା

ଚତୁର୍ଦ୍ଦିଗ ଖାଲି ଘନ ଅନ୍ଧକାର

ନିରବଛିନ୍ନ ନୀରବତା

ତଥାପି,ତଥାପି ମୁଁ

ସେହି ବିରହରେ 

ମାପି ପାରିଥିଲି

ତୁମ ପ୍ରେମର ଗଭୀରତା

ଚିହ୍ନିଥିଲି ମୁଁ ଦୁନିଆକୁ

ପାଇଥିଲି ସେହି ଘନ ତମସାରୁ

ଜ୍ଞାନାଲୋକର ରାସ୍ତା


ମୁଁ ଭଲପାଏ "ବିଷାଦ "କୁ

ବିଷାଦ ଅଛି ବୋଲିତ

ବାରିହୁଏ ସୁଖର ସ୍ବାଦକୁ

ସୁଖଦଃଖ ସଂସାରରେ

ଲୁହକୁ ନିଜର କରିପାରିଛି ବୋଲିତ

ଭୁଲି ଯାଇଛି କୋହକୁ

ଖୋଜି ମୁଁ ପାଇଛି ଆଜି

ବାସ୍ତବ ପରମାନନ୍ଦକୁ


ମୁଁ ଭଲପାଏ "ବିଲୟ"କୁ

ହିଂସା,ଦ୍ବେଷ,ଘୃଣାର ବିନାଶରେ

ସୃଷ୍ଟିହୁଏ ପ୍ରେମ ଆଉ ପ୍ରେରଣା

ଦୁର୍ଗୁଣର ବିନାଶରେ

ସୁଗୁଣର ହୁଏ ସର୍ଜନା

ବିନାଶରେ ହିଁ ନିହିତ ଥାଏ

ନୂତନତ୍ବର ସମ୍ଭାବନା


ମୁଁ ଭଲପାଏ ସାଗରର

ଗଭୀରତାକୁ

ଆକାଶର ବିଶାଳତାକୁ

ମାଟି ଓ ମା'ର ସହନଶୀଳତାକୁ

ପର୍ବତର ଅସୀମ ଧୈର୍ଯ୍ୟକୁ

ଅନ୍ତରରେ ପ୍ରେମ ନିହିତ ବୋଲିତ

ଭଲପାଏ ସାରା ବିଶ୍ବକୁ

ବିଶ୍ବ ନିୟନ୍ତାକୁ ..ମୁଁ ଭଲପାଏ

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance