STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

ମୁଁ ଭଲ ମଣିଷଟିଏ ହେବି

ମୁଁ ଭଲ ମଣିଷଟିଏ ହେବି

1 min
183

ସଂସାରରେ ହୋଇଛି ଜନମ

   ହସ ଖୁସି ଆନନ୍ଦେ ରହିବି,

ସବୁରି ସାଥେ ସମ୍ପର୍କ ରଖି

   ମୁଁ ଭଲ ମଣିଷଟିଏ ହେବି।


ହେବାକୁ ଭଲ ମଣିଷଟିଏ

    କରିବି ଦୃଢ ସଙ୍କଳ୍ପଟିଏ,

ଚିନ୍ତା ଚେତନାକୁ କରି ସ୍ଥିର

    ନିର୍ମଳ ରଖିବି ମନଟିଏ।


ସରଳ ନମ୍ର ବିନୟୀ ଭାବ

    ହୃଦୟରେ ଥିବ ନିରନ୍ତର,

ମଧୁ ଭାଷା ମୁଖେ ଭରି ସଦା

   ସଭିଙ୍କୁ ଭାବିବି ଆପଣାର।


ସତ କଥାରେ ମୁଁ ମନ ମୋହି

   ସଭିଙ୍କର ହେବି ପ୍ରିୟପାତ୍ର,

ଭଲ କାମ କରି ଚାଲିଥିବି

   ମନ ଥିବ ମୋ ସ୍ୱଚ୍ଛ ପବିତ୍ର।


ପିତାମାତା ଗୁରୁ ଗୁରୁଜନେ

   ଆଶୀର୍ବାଦ କରୁଥିବେ ନିତି, 

କରି ତାଙ୍କୁ ଅନ୍ତରରୁ ଭକ୍ତି

   ଜୀବନରେ ଲଭିବି ମୁଁ ଶାନ୍ତି।


ନିଷ୍କଳଙ୍କ ସ୍ୱଭାବ ଚରିତ୍ର

    ରଖିଥିବି ଭାବି ଏକ ବ୍ରତ,

ଈଶ୍ୱର ବିଶ୍ୱାସୀ ହୋଇ ଚିର

   ଥିବି ତାଙ୍କର ପଦେ ଆଶ୍ରିତ।


ମନୁ ଘୃଣା ହିଂସା ଦ୍ୱେଷ ଭାବ 

    ଦୂରକରି ରହିବି ନିଷ୍ପାପ,

କରିବିନି ଗର୍ବ ଅହଙ୍କାର

   ଦେବି ନାହିଁ କାହାକୁ ସନ୍ତାପ।


ସବୁରି କଲ୍ୟାଣେ ଥିବି ରତ

    ଅନିଷ୍ଟ କରିବିନି କାହାର,

ସାରା ବିଶ୍ୱକୁ ଭାବି କୁଟୁମ୍ବ

   ସେବାରେ ଥିବି ମୁଁ ତାଙ୍କର।


ସତ୍ୟ ଧର୍ମ ନ୍ୟାୟ ପାଳି ମୁହିଁ

    ନିତି ସତ୍ କର୍ମ କରୁଥିବି,

ଜଗତ ଜନର ହିତ କରି

   ମୁଁ ଭଲ ମଣିଷଟିଏ ହେବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational