STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Romance

4  

ପ୍ରିୟଦର୍ଶିନୀ ମହାନ୍ତି

Romance

ମୁଁ ଭାବିଥିଲି

ମୁଁ ଭାବିଥିଲି

1 min
325


ମୁଁ ତ ଭାବୁଥିଲି କେବଳ,

କଳା ଆଉ ଧଳା ଦୁଇଟି ରଙ୍ଗ

ହେଲେ ସାତରଙ୍ଗ ସହ ପରିଚିତ ହେଲି,

ଯେବେ ମିଳିଲା ତୁମରି ସଙ୍ଗ।


ମୁଁ ତ ଭାବିଥିଲି ଦିନ ଆଉ ରାତି

ଦିବସର ଦୁଇ ଭାଗ,

ତୁମେ ହିଁ ତ ଦେଖେଇଲ ସୂର୍ଯ୍ୟାସ୍ତର

ବିଭୋରିତ ଛବି

ଆଉ ସୂର୍ଯ୍ୟୋଦୟର ବିମୋହିତ ରବି।


ମୁଁ ତ ଭାବିଥିଲି ଜୀବନ ଓ ମୃତ୍ୟୁ

ମଧ୍ୟେ କେବଳ ଯନ୍ତ୍ରଣା

ତୁମେ ତ ଶିଖେଇଲ ଯନ୍ତ୍ରଣାରେ ବି 

ମିଳିଯାଏ ଖୁସିର ଝରଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance