STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ମ‌ଉଳା ଫୁଲ

ମ‌ଉଳା ଫୁଲ

1 min
11.8K


ମୁଁ ଜାଣେନି ମୋର ଜନ୍ମର କାରଣ କଣ ... 


କିନ୍ତୁ ଦିନ କି ରାତି ପରି ମୁଁ ବି ସତ୍ୟ , 

ମାତୃ ଗର୍ଭରେ ପିଲାଟି ସଞ୍ଚାରିତ ହୁଏ 

କେତେ ଆଶା ନେଇ

ମୋର ବି ସଞ୍ଚାର ହୁଏ କେଉଁ ଏକ ଶାଖାରେ ...।


ମାତା ଠୁ ପାଏ ବଞ୍ଚିବା ପାଇଁ ଖୋରାକ , 


ଆରମ୍ଭ ହୁଏ କଢ଼ିରୁ .... 

ଆଗକୁ ଆଗକୁ ଧୀରେ ଧୀରେ ବଢିଚାଲେ ପ୍ରସ୍ଫୁଟିତ ହେବା ଆଶାରେ .... 


କିଏ ଜାଣେ କେଉଁ ବାତ୍ୟା କି ପବନ ,

କେଉଁ ଜାନବର୍ କି ମାନବ 

ଛିଣ୍ଡାଇ ନ ଦେବ ମୋତେ .. 

ସମ୍ପୂର୍ଣ୍ଣ ପ୍ରଷ୍ଫୁଟିତ ହେବା ଆଗରୁ ...


କେତେ କଢ଼ ତ ଗଳି ପଡୁଛି , 

ସମ୍ପୂର୍ଣ୍ଣ ଖେଳିବା ଆଗରୁ , 

କେଜାଣି ମୋର ଏ କୋମଳ ମାଉଁସ କାହିଁକି ଏତେ ଲୋଭନୀୟ ... 


ନଖ ର ମୁନ ରେ ଦାବୁଡି , ରାମ୍ପୁଡି 

କାହିଁକି ପକେଇ ଦିଆ ଯାଏ ତଳେ , 

କାହିଁକି ମକଚି ଦିଆ ଯାଏ ପାଦ ରେ ।


ଆଉ ନାମ ଦିଆ ଯାଏ ଧର୍ଷଣ ର .. 

ତଥାପି ଆଖପାଖ ଥାଏ ନିରୁତ୍ତର ।


ଯଦି କାହା ଅଗୋଚର ରୁ ବଞ୍ଚି ବଢିଲି ଆଗକୁ .. 

ତଥାପି ସେ ରାସ୍ତା ନ ଥାଏ ଏତେ ସରଳ ....।


ଫୁଲ ଯେମିତି ଜାଣି ନ ଥାଏ 

ତାର ଭବିଷ୍ୟ ମନ୍ଦିର ରେ ଅବା ମଶାଣି ରେ ... 


ମୁଁ ବି ଠିକ୍ ସେହିପରି ଅନଭିଜ୍ଞ ।


ଜାଣିନି ଭାଗ୍ୟ ର ଚକ କେଉଁ ଆଡେ .. 


ମଥା ରେ ସିନ୍ଦୂର ପିନ୍ଧି ସିମନ୍ତିନି ହେବି 

ଅବା ବଳ ପୂର୍ବକ .. 

ସାଜିବି କାହା ଶଯ୍ୟା ସଙ୍ଗିନୀ ... 

ଅବା ମିଳିବ ମୋତେ ବିପଟୀ ନାରୀ ର ଆଖ୍ୟା .... ।


ବେଦୀ ର ହୋମ ଯଦି ସାକ୍ଷୀ ତେବେ 

ତାର ଗର୍ଭ କୁ ସ୍ଵାଗତ ......

ନଚେତ୍ କୁଆଁରୀ ମା ର ପଦକ , 

ଚରିତ୍ର ହୀନ ର ଉପହାର ..... ।



ସର୍ବଦା ଗୋଟିଏ ପାଦ କଣ୍ଟା ରେ ତ ଅନ୍ୟଟି ଥାଏ ନିଆଁ ରେ .....।


ତଥାପି ତ ନିଇତି ଫୁଟିଛି କିଛି ନୂଆ ଆଶା ନେଇ ..... 


କେବେ ହାର ହୁଏ କାହା ଗଳା ର 

ପୁଣି କେବେ ଅଲୋଡା ହୋଇ 

ରହିଯାଏ ମଉଳା ଫୁଲ ଟେ ହୋଇ .....।




Priyadarsini Das..

Balasore....


Rate this content
Log in

Similar oriya poem from Tragedy