STORYMIRROR

Sisir Kumar Samal

Abstract Inspirational

3  

Sisir Kumar Samal

Abstract Inspirational

ମୁକ୍ତିର‌ ତାଣ୍ଡବ ନୃତ୍ୟ

ମୁକ୍ତିର‌ ତାଣ୍ଡବ ନୃତ୍ୟ

1 min
11.6K


ମୁକ୍ତ ଆକାଶରେ ଅଶରୀରୀ ନାଚେ

‍‍‍‍‍‌   ମୁକ୍ତିର‌ ତାଣ୍ଡବ ନୃତ୍ୟ,

ମୋହ ଗ୍ରସ୍ତ ହୋଇ ମୁକ୍ତି ଟିକେ ପାଇଁ

‍‍‍‍‍‍‌  କରେ କେତେ ଅଟହାସ୍ୟ ।।

ଫୁଙ୍ଗୁଳା କେଶରେ ଲଙ୍ଗଳା ଶରୀରେ

‍‍‍‍    ‍‌‌ଵିବତ୍ସ ତା ରୂପବେଶ,

ବିଗତ ଦିନର କର୍ମଫଳ‌ ଭୋଗେ

‍‍‍‍‍‍‍‍‌ କରେ ପୁଣି ଅବଶୋଷ ।।

ଶ୍ରେଷ୍ଠ ଜୀବ ବୋଲି ସମଗ୍ର ବିଶ୍ଵରେ

‍‍‍‍‍‍‍‍‍‌ପଡୁଥିଲା ଜୟ ଧ୍ୱନି,

ନିଚ୍ଚ କର୍ମଫଳ‌ ଆଜିସେ ଭୋଗୁଛି

‍‍‍‍‍‍‍‍‍ ଆତ୍ମାର ମୋକ୍ଷ ଘଟୁନି ।।

କାମନା ଲାଳସା ଦୁଇ ଯମଦୂତ

‍‍‍‍‍‍‍‍କରିଦେଲେ ତାକୁ ଗ୍ରାସ,

ପାପର ଶାସନ କରି ଅବଶାନ

‍‍‍‍‍‍‍‍‌ହରିନେଲେ ଯେ ଆୟୁଷ ।।

ବିଳାପ କରୁଛି ଶୁନ୍ୟ ଆକାଶରେ

‍‍‍‍‍‍‍‍ଦେଖି ମୃତ୍ୟୁ ବିଭିସିକା,

ବିଧିର ବିଧାନ କେ କରିବ ଆନ

‍‍‍‍‍‍‍‌‌ କେହି ପାଇବେନି ରକ୍ଷା ।।

ସରିନାହିଁ ବେଳ କର କଉଶଳ 

‍‍‍‍‍‍‍‍‌ପାଇବ ତହିଁରୁ ରକ୍ଷା,

ଘୃଣ୍ୟକର୍ମ ଛାଡି ପୁର୍ଣ୍ୟକର୍ମ ବଳେ

‍‍ ‍‍‍‍‍ମୋକ୍ଷ ବି' କରିବ ଅପେକ୍ଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract