Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tikeshwar Sahu

Inspirational

4  

Tikeshwar Sahu

Inspirational

ମୁକ୍ତି

ମୁକ୍ତି

1 min
383



ସବୁ ବନ୍ଧନରୁ ମୁକ୍ତି ଦିଅ ପ୍ରଭୁ

ତୁମେ ତ ଜାଣ ବେଦନା,

କେଉଁଠି ମୋ ସୁଖ କେଉଁଠି ମୋ ଦୁଃଖ

ସବୁ ତୁମ ଦାନ ସିନା ।


ଜନମ ବେଳରୁ ବାନ୍ଧି ଦେଲ ମୋତେ

ମାତାର ସ୍ନେହ ମମତା,

ପ୍ରିୟ ପରିଜନ ଗୁରୁ ଗୁରୁଜନ

ଆନନ୍ଦର ମହାଦାତା ।


ଗୋଟିଏ ପରର ଗୋଟିଏ ବନ୍ଧନ

ମାୟା ମୋହେ ବାନ୍ଧିଦେଲ,

ଜୀବନ ମୋହରେ ଆଚ୍ଛାଦିତ କଲ

ସଂସାରରେ ଯୋଡ଼ିଦେଲ ।


ଚାରିପଟେ ଖାଲି ବନ୍ଧନ ବନ୍ଧନ

ବନ୍ଧନର ମହାଡୋର,

ମୁକ୍ତିପଥ କାହିଁ ମୋଟେ ଦିଶୁନାହିଁ

ବାଟ କାହିଁ ବଞ୍ଚିବାର ।


ଖାଇବା ପିଇବା ବାସଗୃହ ଖଣ୍ଡେ

ବସନର ସମାହାର,

ସବୁ କିଛି ନୁହେଁ ମୁକତିର ପଥ

ନୂଆ ବାଟ ପାଇବାର ।


ଯୋଗ ଧ୍ୟାନ ସହ ପ୍ରାଣାୟାମ ଯଦି

ହୋଇଥାଏ ମୁକ୍ତିପଥ,

ତେବେ ତ ଅମର କିଏ ସଂସାରରେ

ଚଳାଇଛି ମୁକ୍ତିରଥ ।


ନିର୍ବାଣର ପଥ ଦେଖାଇ ଗୌତ୍ତମ

ହୋଇଗଲେ ମହାବୁଦ୍ଧ,

ତଥାପି ଗୌତ୍ତମ ଅମର ନୁହଁନ୍ତି

ଜୀବନର ପଥ ଯୁଦ୍ଧ ।


ଏହି ମରତରେ ଜନ୍ମିଥିଲେ ପରା 

ରାମକୃଷ୍ଣ ଅବତାର,

କେତେ ରାଜା ପ୍ରଜା କେତେ ମହାରାଜା

ଜନମିଥିଲେ ସଂସାର ।


ଜନମିଥିଲେରେଏହି ସଂସାରରେ

ମରିବାକୁ ହେବ ଦିନେ,

ଯୋଗୀ ମୁନି ହେଉ ରାଜା ମହାରାଜା

ଚାଲିଯିବେ ଗଲା ଦିନେ ।


କିଛି ମୁକ୍ତି ନୁହେଁ ସବୁତ ଅସାର

ସଂସାରର ଗତିପଥ,

ମୁକ୍ତି ପଛେ ଧାଇଁ ଥକି ପଡ଼ିଲେବି

ମିଳିବନି ମୁକ୍ତିପଥ ।


Rate this content
Log in