STORYMIRROR

SOUBHAGYABATI GIRI

Inspirational

4  

SOUBHAGYABATI GIRI

Inspirational

ମୁକ୍ତି ଦିଅ

ମୁକ୍ତି ଦିଅ

1 min
157

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ 

       ମତେ ଜନନୀର ଜଠରରୁ

ନିବିଡ ଘୋର ଅନ୍ଧକାରରେ

          କରୁଥିବା ସଂଘର୍ଷରୁ

ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି

         ନିତି ପାଏ ଏଠି କଷ୍ଟ 

ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି

        ଡାକେ ମତେ ଧରାପୃଷ୍ଠ

କ୍ଷମା ଦିଅ କ୍ଷମା ଦିଅ ମତେ 

        ପ୍ରଭୁ ପାପର କର କ୍ଷୟ

ସତ୍ୟପଥେ ଆଉ ଧର୍ମପଥେ ମୁଁ

         ରଖିବି ତ ସଦା ଲୟ

ଧରାପୃଷ୍ଠରେ ପାଦ ଥାପିବାକୁ

          ଦିଅ ପ୍ରଭୁ ଅନୁମତି

ସବିତା ଦର୍ଶନେ ଶପଥ ନେବି ମୁଁ

         ଗାଇବାକୁ ତୁମ କୀର୍ତ୍ତି 

ତୁମ ଚରଣରେ ସବୁଦିନ ସତେ

         ଥିବ ମୋର ଏଇ ମନ

ତୁମ ନାମ ଯଶ ଗାଉଥିବି ପ୍ରଭୁ

         ଲଭିବା ଯାଏ ମରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational