STORYMIRROR

Sudhir Kumar Panda

Abstract Others

3  

Sudhir Kumar Panda

Abstract Others

ମୁଖେ ବାନ୍ଧି ତୁଣ୍ଡି

ମୁଖେ ବାନ୍ଧି ତୁଣ୍ଡି

1 min
11.8K

ଅଜଣା ଭୂତାଣୁ 

ବାଢି ପଦ ରେଣୁ

ମାନବେ ଦେଲା ବିିିପତ୍ତି

ଚକିିିତ ଏ ଜାତି

କିପରି ଏ ଶକ୍ତି

କେଉଁଠୁ ହେଲା ଉତ୍ପତ୍ତି।

ବିଶ୍ବ ଚଳମାନ

ହୋଇଲା ନିିଃସ୍ବନ

ସଂଗରୋଧେ ଡରି ମରି

କର୍ମେ ହେଲା ଦଣ୍ଡି

ମୁଖେ ଦେଇ ତୁଣ୍ଡି

ନିଜ ସୁଖ ଦେଲା ସାରି।

ପ୍ରକୃତି ଉପରେ

ଯେତେ ଅତ୍ୟାଚାର

ମାଆ ଭଳି ଯାଏ ସହି

ଅତି ହୋଇଗଲେ

ଇତି ହୋଇଥାଏ

ପ୍ରକୃତି ନିୟମ ଏହି।

ମାନବ ରହିଲା

ଗୃହ ମଧ୍ୟେ ବନ୍ଦି

ନିଜ ଜୀବନକୁ ଭାଳି

ପ୍ରକୃତି ପାଇଲା

ପୁନଃ ଜୀବନ୍ୟାସ

ହସିଲା ଭଳିକି ଭଳି।

ଫେରାଇ ବାସନା

ଦେଇଛି ଚେତନା

ନ କର ପୃଥିବୀ ହେୟ

ମାତୃ ଅପମାନ

ନାଶ ହୁଏ ଯଶ

ଏ କଥାରେ ରଖ ଲୟ।

ମୁଖେ ବାନ୍ଧି ତୁଣ୍ଡି

ଦେଇଛି ସେ ଦଣ୍ଡି

ଶୁଦ୍ଧ ଶ୍ବାସ ନେବାପାଇଁ

ଚେତାଇ ଦେଇଛି

ଦୁର୍ଦ୍ଦିନ ରୂପରେ

କଦାପି ଭୂଲିବା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract