STORYMIRROR

Tikeshwar Sahu

Inspirational

4  

Tikeshwar Sahu

Inspirational

ମରୁଭୂମି

ମରୁଭୂମି

1 min
231

       ଜଳ ବାୟୁ ଭୂମି ଆକାଶ ସୂରୁଯ ପଞ୍ଚଭୂତରେ ଶରୀର,   

ପିଣ୍ଡେ ଅଛି ପ୍ରାଣ ଦିନେ ହେବ ଲିନ ମାଟିଘଟ ଦେହ ତୋର |୧|       


ସାରା ସଂସାରଟା କେତେ କେତେ ଭୂମି କେତେ ନବରୂପ ଧରି ,            

କେଉଁଠି ସାଗର ପାର୍ବତ୍ୟ ଭୂମିରେ ସମତଳ ରୂପ ନେଇ |୨|               


ଭିନ୍ନ ଭିନ୍ନ ରୂପ ଧରଣୀ ରାଣୀର ଅପାସୋରା ରୂପ କାହିଁ,         

ନବ ଦୁର୍ବାଦଳ ଚାଦର ଘୋଡ଼ଣୀ ମହାରାଣୀ ରୂପ ସେହି |୩|        


ବରଷାର ଧାରେ ବନାନୀ ବେଷ୍ଟନୀ ଧରି ଶାଳବଣ ନେତ,

ଭୀମ ଭୟଙ୍କର ମେଦିନୀ ଧରଇ ମହୀତଳ ପୁଣି ସେତ |୪|          


ଭୂମି ରୂପ ଧନ ଅନେକ ବ୍ୟଜନ ପଟୁମାଟିରେ ଦୋରସା ,         

ମଟାଳ ବାଲିଆ ଗୋଡ଼ି ପଥୁରିଆ ପଥର ଜଙ୍ଗଲବେଶା |୫|              


 ବରଷା ଆଣଇ ଭୂମିରେ ଭିନ୍ନତା ବିସ୍ତୀର୍ଣ୍ଣ ପଥର ରଙ୍ଗେ,    

କୋଟି ବର୍ଷ ଲାଗେ ମୃତ୍ତିକା ଗଠନେ ପରିବେଶ ନାନା ଢଙ୍ଗେ |୬|         


ମୃତ୍ତିକାର ଅନ୍ୟ ରୂପମାନଙ୍କରୁ ମରୁଭୂମି ଭିନ୍ନ ରୂପ,           

ନାହିଁ ବନରାଜି ସବୁଜିମା ସାଜି ଶ୍ୟାମଳ ବରଣ ଲେପ |୭|          


ବାଲି ଖାଲି ବାଲି ଦିଶେ ଯେତେ ଦୂର ବାଲୁକା ଶଯ୍ୟାରେ ଭରା ,              

ବାଲିରେ ଭରତି ଭୂମି ତାର ବୋଲି ମରୁଭୂମି ଭୂମିଧାରା |୮|        


କାହିଁ କେଉଁ ଠାରେ ଦିଶେ ମରୁଦ୍ୟାନ ଖଜୁରୀ ଓ ନାଗଫେଣୀ,        

କ୍ଷୁଦ୍ର ଗୁଳ୍ମ ଘାସ ମରୁବାସୀ ବାସ କରିଥାନ୍ତି ତହିଁ ପୁଣି |୯|              


ଓଟଟି ବାହନ ମରୁଯାତ୍ରୀଙ୍କର ଅତି ପ୍ରିୟ ମରୁପ୍ରାଣୀ,  

ଏକା ଥରକରେ ଜଳପାନ କରେ ଚାରିପାଞ୍ଚ ଦିନ ପାଇଁ |୧୦|               


କ୍ଷୁଦ୍ର ବାସସ୍ଥାନ ମରୁବାସୀଙ୍କର ଗରମ ବାଲିରେ ଚାଲି,         

କେବେ ମରୁଝଡ଼ କେବେ ଶାନ୍ତ ରୂପ ଜୀବନ ଯନ୍ତ୍ରଣା ବାଲି |୧୧|              


ଜଳର ଅଭାବ ଲାଗି ରହିଥାଏ ସୂରୁଯ ତାପରେ ତାତି,       

ଲହ ଲହ ଖରା ମାଡ଼ି ଯାଉଥାଏ ଡରମାଡ଼େ ତାର ଗତି |୧୨|        


ଭାରତ ଭୂମିରେ ଥର ମରୁଭୂମି ଦେଖାଏ କରାଳ ରୂପ ,       

ସାହାରା ଭୂମିଟି ପୃଥିବୀ ବିଖ୍ୟାତ ମରୁଭୂମି ମଧ୍ୟେ ଶ୍ରେଷ୍ଠ |୧୩|              


ଓଟପକ୍ଷୀ ଡାକେ ମରୁଦ୍ୟାନ ପାଖେ ମରୁପ୍ରାଣୀ ବସବାସ, 

ଯିଏ ଯେଉଁଠାରେ ଅଭ୍ୟସ୍ତ ହୁଅନ୍ତି ତାପାଇଁ ତାହା ଅଭ୍ୟାସ |୧୪|       


 କେନାଲ ମାଧ୍ୟମେ ଆଜି ମରୁଭୂମି ଶସ୍ୟ ଶ୍ୟାମଳ ହେଲାଣି, 

ମରୁବାସୀ ମୁଖେ ସବୁଜ ଧାରାର ହସ ପୁଣି ଫୁଟିଲାଣି |୧୫|    


Rate this content
Log in

Similar oriya poem from Inspirational