STORYMIRROR

Narendra Kumar Acharya

Inspirational

3  

Narendra Kumar Acharya

Inspirational

ମରୁବାଲି

ମରୁବାଲି

1 min
13.5K


କେବେ କେବେ ବାଟବଣା

ବାଦଲଟେ ଭାସି ଆସେ

ମନରେ ଆଶା ଦାନା ବାନ୍ଧେ

ଏକ ମିଛ ସ୍ୱପ୍ନ ପରି

ହଜିଯାଏ ଆକାଶରେ

ଲୁହ ନଥାଏ, ହୃଦୟ କାନ୍ଦେ।

ପୁଣି କେବେ ଅଚାନକ

କୃପଣ ମେଘ ଖଣ୍ଡେ

ଆଞ୍ଜୁଳାଏ ଜଳ ଛିଞ୍ଚି ଦିଏ

ତୃଷିତ ମୋ ଦେହ ଛୁଉଁ ଛୁଉଁ

ତାତିଲା ପବନରେ ତା'ର

ସତ୍ତା ହଜିଯାଏ ।


ମରୁଭୂଇଁ ସିକତା ମୁଁ

ଖରାର ଶରଶଯ୍ୟାରେ

ନିର୍ଜଳ ଶାୟିତ

ଅୟୁତ ପିପାସା ନେଇ

ଫାଟି ପଡେ ଛାତି

ମୋର ନିଷ୍ଫଳ ଅସ୍ତିତ୍ବ।

ତଥାପି ରହିଛି ଚାହିଁ

ଜୀବନେ ଉତ୍ତରାୟଣ

ଆସିବାର ପଥ

ତୃଷ୍ଣାର ତନୁକୁ ଡେଇଁ

ଅବରୁଦ୍ଧ ଆତ୍ମା ମୋର

ଭୁଲିଯିବ ସବୁ ଅବସାଦ।



®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୧୪|୫|୨୦୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational