ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ
ବାନ୍ଧି ପକାଉଛି
ସହସ୍ରବାର
ଅଜ୍ଞ ମଣିଷ କୁ
ଭାଜିବାକୁ ହେବ
ଆହୁରି ଅଧିକ
ସତ୍ୟ ଦର୍ଶନ କୁ
ଡରୁଅଛି ସିଏ...
ଆସିବ ଦିନେ
ବିରଳ କୃପାରେ
ଖୋଲିଯିବ
ଆଖି ତାର...
ସାମ୍ନା କରିବ ମୃତ୍ୟୁକୁ
ଏକାକାର ହେବ
ଗୁରୁଙ୍କ ଭକ୍ତିରେ
ଦେଖିବାକୁ ମହାମିଳନକୁ...
ଡରନାହି ଡରନାହି
ଭୟାନକ ନୁହେଁ ମୃତ୍ୟୁ
ଶୃଙ୍ଖଳିତ, ସୁଖକର
ଜୀବନ ଦୁଃଖ ନୈରାଶ୍ୟ
ଦୈବପୁର ଏହାଠାରୁ
ଯଥେଷ୍ଟ ସୁନ୍ଦର...
ସ୍ୱୟଂପ୍ରଭ ତେଜ'ସେ...
ମୃତ୍ୟୁ ଆନନ୍ଦର କ୍ଷୁଦ୍ର
ବିବର୍ତ୍ତନ ମାତ୍ର
ଅସଫଳ ଇହଜୀବନକୁ
ପରଦା ପଛରେ
ଭୋଗିନେବା ଥରେ
ସୁକ୍ଷ୍ମ ପରିବେଶ
ମୃତ୍ୟୁକୁ ଦେବା
ଏହା ନୁହେଁ ଭୟଂକର
ମନୋହର ପୂର୍ଣ୍ଣ
ପୂର୍ଣ ମନୋହର...
