STORYMIRROR

Ajita Mishra

Abstract

2  

Ajita Mishra

Abstract

ମୃତ୍ୟୁ

ମୃତ୍ୟୁ

1 min
291

ମୃତ୍ୟୁ

ବାନ୍ଧି ପକାଉଛି

ସହସ୍ରବାର

ଅଜ୍ଞ ମଣିଷ କୁ

ଭାଜିବାକୁ ହେବ

ଆହୁରି ଅଧିକ

ସତ୍ୟ ଦର୍ଶନ କୁ

ଡରୁଅଛି ସିଏ...

ଆସିବ ଦିନେ

ବିରଳ କୃପାରେ

ଖୋଲିଯିବ

ଆଖି ତାର...

ସାମ୍ନା କରିବ ମୃତ୍ୟୁକୁ

ଏକାକାର ହେବ

ଗୁରୁଙ୍କ ଭକ୍ତିରେ

ଦେଖିବାକୁ ମହାମିଳନକୁ...

ଡରନାହି ଡରନାହି

ଭୟାନକ ନୁହେଁ ମୃତ୍ୟୁ

ଶୃଙ୍ଖଳିତ, ସୁଖକର

ଜୀବନ ଦୁଃଖ ନୈରାଶ୍ୟ

ଦୈବପୁର ଏହାଠାରୁ

ଯଥେଷ୍ଟ ସୁନ୍ଦର...

ସ୍ୱୟଂପ୍ରଭ ତେଜ'ସେ...

ମୃତ୍ୟୁ ଆନନ୍ଦର କ୍ଷୁଦ୍ର

ବିବର୍ତ୍ତନ ମାତ୍ର

ଅସଫଳ ଇହଜୀବନକୁ

ପରଦା ପଛରେ

ଭୋଗିନେବା ଥରେ

ସୁକ୍ଷ୍ମ ପରିବେଶ

ମୃତ୍ୟୁକୁ ଦେବା

ଏହା ନୁହେଁ ଭୟଂକର

ମନୋହର ପୂର୍ଣ୍ଣ

ପୂର୍ଣ ମନୋହର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract