ମୃତ୍ୟୁ
ମୃତ୍ୟୁ
ମର୍ତ୍ତ୍ୟରେ ଜନମ ନେଲେ
ମୃତ୍ୟୁ ନିଶ୍ଚେ ହେବ
ଦେବତା ବି ଜନମିଲେ
ମରଣ ଲଭିବ ।
ମୃତ୍ୟୁର ଆସିବା ବେଳ
କାହାକୁ ବା ଜଣା !
କିଏବା ଜାଣିଛି ସେହି
ମୃତ୍ୟୁର ଠିକଣା !
ମୃତ୍ୟୁ କେବେ ବୁଝେ ନାହିଁ
କାହାର ବୟସ
ସାଥେ ସିଏ ଯାଏ ନେଇ
ସରିଲେ ଆୟୁଷ ।
ବିନା ରୋଗ ଯନ୍ତ୍ରଣାରେ
ମୃତ୍ୟୁ ଯିଏ ଲଭେ
ସୁଖି ମଣିଷଟି ସିଏ
ଅଟେ ଏହି ଭବେ ।
ଅନ୍ୟାୟ ଅନୀତି ଯାର
ଚିର ସହଚର
ଛଟପଟ ହୋଇ ଯାଏ
ଜୀବନ ତାହାର ।
ସତ୍ୟ ପଥେ ଧର୍ମ ପଥେ
ଥିବ ଯଦି ରହି
ମୃତ୍ୟୁ ଜମା ପାରିବନି
ତୁମକୁ ଡରାଇ ।
