STORYMIRROR

Panchanan Jena

Inspirational

4  

Panchanan Jena

Inspirational

ମୃଗତୃଷ୍ଣା

ମୃଗତୃଷ୍ଣା

1 min
234

ତୃଷ୍ଣା ତ ଅନେକ ଏଠି 

   ଅଗଣିତ ଇସ୍ତାହାର

କ୍ଷଣ କ୍ଷଣ କେ ଆନ ଏଠି

   ଆକାଂକ୍ଷାର ମରୁଝର ।


କେବେ ମନରୁ ଯାଇ ମଗଜରେ ଉଡ଼େ

କେବେ ଭାବରୁ ଡେଇଁ ଭାବନାରେ ପଡ଼େ

କେବେ ଲୋଭର ଗର୍ଭରେ କାମନାଗ୍ନି ଛାଡେ

କେବେ ଆଶାର ସରଣୀ ଅଭିମାନର ଧରଣୀ ମାଡ଼େ

କେବେ ହୃଦୟ ତନ୍ତ୍ରୀରେ ଆତ୍ମାର ଯନ୍ତ୍ର ସଙ୍ଗୀତ ଫୋଡ଼େ

ପୁଣି କେବେ କେବେ ପଶ୍ଚାତାପ ମୁଗତୃଷ୍ଣାର ଝଲକ ଲେପି 

ଜୀବନକୁ କରେ ଜରା ଜର୍ଜର

ହତାଶା ନିରାଶାର ଶୃଙ୍ଖଳ ଘେର ।


ଆଶା ତ ଅନେକ ଏଠି

     ଅସମାହିତ ପ୍ରତୀକ୍ଷାର

କ୍ଷଣଭଙ୍ଗୁର କାମନା ଏଠି

   ବିଳାପିତ ସ୍ଵରଝଙ୍କାର ।


କେବେ କଥାବ୍ୟଥାରେ ତୀର ଛାଡ଼େ

କେବେ ତ୍ୟାଗତୀତିକ୍ଷାରେ ମନ ପୋଡ଼େ

କେବେ ଦାନବଳିଦାନରେ ସ୍ବପ୍ନ ଭାଙ୍ଗେ ମୋଡେ

କେବେ ଚେହେରାଚରିତ୍ରରେ ନିଶା ଭିଡ଼େ

କେବେ ସରଳରେ ପରଳଗରଳ ଦାଗ ଛାଡ଼େ

ପୁଣି କେବେ କେବେ 

ଶିହରିତ ସ୍ୱପ୍ନ ମୁହୁର୍ତ୍ତ ସବୁ

ସିନ୍ଦୁରିତ ମୁଷ୍ଠିବଦ୍ଧ ସତ୍ୟ ସବୁ ପାଲଟିଯାଆନ୍ତି

 ଉତ୍ପିଡକ ନିସଙ୍ଗତାର ସମାହାର

ହୃଦୟବିଦ୍ଧ କାରୁଣ୍ୟରେ ଶର୍ମସାର।


ଇଚ୍ଛା ତ ଅନେକ ଏଠି

   ଲାଞ୍ଚନାରେ ହାହାକାର

କବଳିତ ମନମସ୍ତିସ୍କରେ

   ନାସ୍ତିବାଣୀ ଆଗୁସାର ।


କେବେ ଅଭାବେ ସ୍ଵଭାବ ନଷ୍ଟ ମୂର୍ଚ୍ଛନାରେ 

କେବେ ଗରିବି ନିର୍ଦ୍ଧନତାର ପଶାପାଳିରେ

କେବେ ଅହଁକାର ଅହମିକାର କୁହେଳିକାରେ

କେବେ ବିଶ୍ୱାସ ଆବିଶ୍ୱାସର ଦୋଛକିରେ

କେବେ ଲୋକହସା କଣଠେସା ଠେଲାପେଲାରେ

ପୁଣି କେବେ କେବେ 

ଆକାଶକୁ ଛୁଇଁବାର ଜିଦ୍ ଆଗରେ 

ନଛୋଡ଼ବନ୍ଧା ଇଚ୍ଛାଶକ୍ତି ଅଟ୍ଟହାସ୍ୟ କରେ 

ସବୁ ଅପେକ୍ଷମାଣ କାମନା ବାସନା ଝର 

ଗର୍ଭପାତ ଯନ୍ତ୍ରଣାରେ ଥରହର।


ଏଇତ ଜୀବନ ଆମର

ଏଇତ ଆମରି ସଂସାର


ପ୍ରତୀକ୍ଷାରେ ଆକାଂକ୍ଷାରେ ନିତି ମରେ ଝୁରେ

ଦହନରେ ତାଡନାରେ ନିତି କଟେ ଫାରେ

ଆଉ ବେଳେ ବେଳେ ଭୁଲାମନ 

ଭୁଲିଯାଏ ମୃଗତୃଷ୍ଣାର ଦଂଶନ

ମନେ ପକେଇଦିଏ 

ଯୌବନରେ ଯାହ୍ନବୀ ମାୟା

ଶାମୁକାର କାୟାର ଗହ୍ୱର

ଶ୍ରାବଣ ସଞ୍ଜରେ ପ୍ରୀୟ।

କେଇପଦ ଛାୟାର ଆସର ।


ପ୍ରତୀକ୍ଷା ହେଉ ଅନ୍ତହୀନ

    ମୋଷପ୍ରାପ୍ତି ଅଧାପନ୍ତରିଆ

ତୃଷ୍ଣା ନ ମେଣ୍ଟୁ ଆଜୀବନ

   ବିଫଳତା ଚୁମୁ ପଛେ

    ମରିଚିକା ଦୈଡ଼ୁ ପଛେ

    ମୃଗତୃଷ୍ଣା ଦଂଶୁ ପଛେ

         ଛାୟା କାୟାହିଆ ।

ମୃଗତୃଷ୍ଣାର ଦହନ ବହନ 

    ବରଂ ଶ୍ରେୟସ୍କର

ଭାବନାରେ ପରା ଅଧା କାମନା          

   ବାସନା ସମାହାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational