STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

ମୋତେ ଥରେ ଭରସା ଦିଅ ହେ

ମୋତେ ଥରେ ଭରସା ଦିଅ ହେ

1 min
339

ସେଇ ଭରସାକୁ ନେଇ ମୁଁ ଆସିଛି


କେତେ ଯୁଗରୁ ତ ତୁମକୁ ଖୋଜୁଛି


ଆଶା ମରିନାହିଁ ବୋଲି,


ସବୁରେ ସବୁ ତ ତୁମେ ଦେଇଦେଲ


ମୋ ବେଳକୁ ତୁମେ କବାଟ କିଳିଲ


କେଉଁ ଅପରାଧ କଲି ?


ମାଗିଦେଲି ବୋଲି ମନ ଉଣାକଲ


ମୋତେ ଦେଖି ତୁମେ ମୁହଁ ଫେରେଇଲ


ଭାବିଲ ଜଣେ ଇତର,


ଜାଣିଛି ମଣିମା କେବେ ତୁମେ ହେଲେ


ଚିହ୍ନିଲ ନାହିଁ ଅନ୍ତର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics