ମୋତେ ଥରେ ଭରସା ଦିଅ ହେ
ମୋତେ ଥରେ ଭରସା ଦିଅ ହେ
ସେଇ ଭରସାକୁ ନେଇ ମୁଁ ଆସିଛି
କେତେ ଯୁଗରୁ ତ ତୁମକୁ ଖୋଜୁଛି
ଆଶା ମରିନାହିଁ ବୋଲି,
ସବୁରେ ସବୁ ତ ତୁମେ ଦେଇଦେଲ
ମୋ ବେଳକୁ ତୁମେ କବାଟ କିଳିଲ
କେଉଁ ଅପରାଧ କଲି ?
ମାଗିଦେଲି ବୋଲି ମନ ଉଣାକଲ
ମୋତେ ଦେଖି ତୁମେ ମୁହଁ ଫେରେଇଲ
ଭାବିଲ ଜଣେ ଇତର,
ଜାଣିଛି ମଣିମା କେବେ ତୁମେ ହେଲେ
ଚିହ୍ନିଲ ନାହିଁ ଅନ୍ତର ।
