STORYMIRROR

Nihar Ranjan Acharya

Inspirational

3  

Nihar Ranjan Acharya

Inspirational

ମୋତେ କରିଦେ

ମୋତେ କରିଦେ

1 min
232

ମୋତେ କରିଦେ

କରଜ ମୁକ୍ତ 

ରେ କଳା ସାଆନ୍ତ

ଖାଏ କି ନଖାଏ 

ପିଏ କି ନପିଏ 

ଜପୁଥିବି ଜଗନ୍ନାଥ 

ରେ କଳା ସାଆନ୍ତ । 


ଜୀବନଟା ମରୁବାଲି 

କେତେବେଳେ ଯିବ ଚାଲି 

ସଂସାରଟା ବାଲିଘର 

ପର କିଏ ଆପଣାର 

ସଂସାର ହାଟରେ 

ବୁଲା ବେପାରି ମୁଁ 

ବେପାର ମୋ' ମନ୍ଦ, 

ରେ କଳା ଗୋବିନ୍ଦ,,

ଏମିତି ବେପାର 

ଚାଲିଲେ ମୋହର 

କେମିତି ହେବି ମୁଁ 

କରଜ ମୁକ୍ତ

ରେ କଳା ସାଆନ୍ତ । 


କର୍ମ ଭାର ତତେ ଦେଲି 

ଅକର୍ମ କରିବି ବୋଲି 

ପାଖେ ପାଖେ ଥିବୁ ମୋର 

ବିନତି କରେ ନୀହାର 

କରଜ ଦାତାର 

ବୋଝ ମୋ' ମୁଣ୍ଡରେ 

ବେପାର ମୋ' ଶୂନ୍ୟ 

ଆରେ ମୋ' ଦାରୁବ୍ରହ୍ମ,,

ଚାଖଣ୍ଡେ ସିଇଁଲେ 

ହାତେ ଚିରୁଅଛି 

ପଥ ମୋର କଣ୍ଟକିତ 

ରେ କଳା ସାଆନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational