STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ମୋର ନିଜକଥା

ମୋର ନିଜକଥା

1 min
255


ଲେଖିବାକୁ ମୁହିଁ ଜନମ ହେଇଛି-କବି କୁହ ବା ନକୁହ,

ଲେଖା ମୋ ଜୀବନ ଲେଖା ମୋର ଧନ ଲେଖା ପୁଣି ପୁଅ-ଝିଅ ।


ବାଟରେ ଘାଟରେ ଗାଡ଼ିରେ ବାଡ଼ିରେ ଖୋଜି ପକାଏ କଲମ,

ନୂଆ କଥାଟିଏ ଶୁଣିଲେ ଦେଖିଲେ ମନହୁଏ ଛନଛନ ।


ବିବାହିତା ନାରୀ ପରି ମୋ ଗର୍ଭରେ ହୁଏ ଭୃଣର ସଞ୍ଚାର,

ଗୁଣୁଗୁଣୁହେଇ କହେ ସେହିକଥା ଅଥୟ କରି ଅନ୍ତର ।


ଆଷାଢ ମାସର ମେଘଖଣ୍ଡ ପରି ଶବ୍ଦମାନେ ଉଡ଼ିଆସି,

ଲଘୁଚାପ ସୃଷ୍ଟି କରନ୍ତି ସେମାନେ ମୋର ହୃଦୟରେ ବସି ।


କଲମ ଧରିଲେ କାଗଜ ଉପରେ ବରଷି ଯାଆନ୍ତି ଶବ୍ଦ,

ଲେଖି ହେଇଯାଏ ଅଳପ ସମୟେ କିଛିଭଲ କିଛିମନ୍ଦ ।


ଶିଶୁମନ ନେଇ କେବେ ଲେଖିଦିଏ କେବେ ନାରୀ ହେଇଯାଏ,

କେବେ ରାଜନେତା, ଗରିବ ଜନତା ମନକଥା ଲେଖିଦିଏ ।


ଭଲକଥା ପଦେ ଲେଖିଦେଇ ଯଦି କରିପାରେ ସଚେତନ,

ଦୁଃଖ ଦୂରହୁଏ ଛୁଇଁପାରେ ଯଦି ପାଠକ ପାଠିକା ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics