STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

3  

ପ୍ରିୟଦର୍ଶିନୀ ମହାନ୍ତି

Abstract

ମୋନାଲିସା

ମୋନାଲିସା

1 min
328

କେଉଁ ଚିତ୍ରକର ହାତର ପରଶେ 

ଫୁଟିଛି ତୋହର ବେଶ,

କମନୀୟ ଆଉ ମହନୀୟ ରୂପ

ଓଠ ଧାରେ ସ୍ମିତ ହସ


"ମୋନାଲିସା" ନାମ ଦେଲା ତୋ ବିନ୍ଧାଣି

କାନଭାସେ ଦେଲା ଆଙ୍କି,

ରଙ୍ଗରେ ରଙ୍ଗକୁ ସମ୍ମିଶ୍ରଣ କରି

ପ୍ରେମ ରଙ୍ଗେ ଦେଲା ମାଖୀ


ହସରେ ତୋହର କୋଟିଏ ପାଗଳ

ଅର୍ଦ୍ଧ ଅଙ୍କା ତୋର ତନୁ,

ଆଙ୍କିଥାନ୍ତା ଯଦି ପୂର୍ଣ୍ଣ ରୂପେ ସ୍ରଷ୍ଟା

ଲିଭନ୍ତୁ ନାହିଁ ତୁ ମନୁ


କଳ୍ପନା ରାଜ୍ୟର କାଳ୍ପନିକ ନାରୀ

ବାସ୍ତବତା ଚିତ୍ରପଟ

ରହସ୍ୟମୟ ତୋ ତିର୍ଯ୍ୟକ ଚାହାଣି

ବିଶ୍ୱ ସର୍ବଶ୍ରେଷ୍ଠ ଫୋଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract