STORYMIRROR

Ambuja Mohanty

Inspirational Others

3  

Ambuja Mohanty

Inspirational Others

ମୋହ ନୁହେଁ ପ୍ରେମ

ମୋହ ନୁହେଁ ପ୍ରେମ

1 min
173

ମୋହ ଓ ପ୍ରେମ ଭିତରେ ଟିକିଏ ପ୍ରଭେଦ

କିନ୍ତୁ ମୋହ କଷ୍ଟ ଦିଏ ଓ ପ୍ରେମ ଆନନ୍ଦ


ମୋହ ଗ୍ରସ୍ତ ବ୍ୟକ୍ତି କରେ ଅନେକ ଭୁଲ୍

ପ୍ରେମରେ ହୁଏ ଚିନ୍ତା ଓ ଚେତନା ମସଗୁଲ


ଦିନ ରାତି ମୋହ ଦିଏ ଆମକୁ ଯେ ବିପଦ

କିନ୍ତୁ ପ୍ରେମ ଗଢେ ଅମୂଲ୍ୟ ଜୀବନ ସମ୍ପଦ


ପ୍ରେମରେ ବ୍ୟକ୍ତିର ହୁଏ ଚେତନା ଜାଗ୍ରତ

କିନ୍ତୁ ମୋହରେ ହୁଏ ହିତାହିତ ଜ୍ଞାନ ଲୁପ୍ତ


ରାଧା କୃଷ୍ଣ ପ୍ରେମ ଭରା ସୁଖ ମାଧୂର୍ଯ୍ୟରେ

ସେଥି ପାଇଁ ତାହା ସ୍ମରଣୀୟ ଯୁଗ ଯୁଗରେ


ମୋହ ନୁହେଁ ପ୍ରେମ କର ଆହେ ପ୍ରିୟ ବନ୍ଧୁ

ଜୀବନ ଯମୁନା ଏହା ସୁଖ ଦୁଃଖର ଯେ ସିନ୍ଧୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational