ମୋବାଇଲି ଓ କିଶୋର
ମୋବାଇଲି ଓ କିଶୋର
କାହିଁକିରେ ପିଲେ ପାଠ ପଢ଼ା ଛାଡି
ମୋବାଇଲି ଗେମ ଖେଳୁଛ,
ମୋବାଇଲ ଗେମ୍ ଖେଳିଲେ ବାବୁରେ
ପାଠୁଆ ହେବ କି ଭାବୁଛ ।
ତୁମର ଜନମ ଦିବ୍ୟ ସତ୍ତା ନେଇ
ମାଟି ମାଆ ସେବା କରିବା
ଅଳସୁଆ ହୋଇ ସମୟର ବ୍ୟୟ
କରିଲେ ନିଜକୁ ଠକିବା l
ଗେମ୍ ଫ୍ରୀଫାୟାର ଖେଳରେ ଅନେକ
ଟଙ୍କା ଓ ଜୀବନ ଗଲାଣି,,
ସରକାର ଯତ୍ନ ବାନ ହୋଇ ବାବୁ
କଟକଣା ଲଗାଇଲେଣି l
ଟିକଟକ ଗଲା ଭଲ ହୋଇଥିଲା
ଏବେ ଇନଷ୍ଟେ ଗ୍ରାମ ଆସିଲା,
ଆବାଳ ଓ ବୃଦ୍ଧ ବନିତା ସଭିଙ୍କୁ
ଧ୍ବଂସ ପଥକୁ ଡ଼ାକିନେଲା l
ମୋବାଇଲ ଧରି କିଶୋର ବୟସେ
କାହିଁକି ଅଶ୍ଳୀଳ ଫଟୋ ଦେଖୁଛ,
କେତେ ଆଶା ପିତା ମାତା କରିଛନ୍ତି
ଶିକ୍ଷିତ ବଦଳେ ମୂର୍ଖ ହେଉଛ l
କୋଟି ବିଶ୍ୱ ଜନ କେତେ ଭରସାରେ
ଅନାଇଁ ଅଛନ୍ତି ତୁମ ନେତୃତ୍ୱ,,
କହ କହ ମୁନା, ଟୁନା ଓ ପପିନା
ସମ୍ମାନ ମାଆର ତୁ ରଖିବୁତ ।
ନୈତିକ ସ୍ଖଳନ ନକର ବାବୁରେ
ମୋବାଇଲ ଯନ୍ତ୍ର କୁ ବ୍ୟବହାରେ,,
ପାଠ, ଜ୍ଞାନ ଧନ ତହିଁରେ ଅଛିରେ
ସେଇ ଥିରେ ଦେଏ ସମୟ ବାରେ l
