STORYMIRROR

Bishwaranjan Tripathy

Comedy

2  

Bishwaranjan Tripathy

Comedy

ମୋବାଇଲ vs ପ୍ରେମିକା

ମୋବାଇଲ vs ପ୍ରେମିକା

1 min
45

ପ୍ରେମରେ ପ୍ରେମିକା ଅଟନ୍ତି ମୋବାଇଲ ଫୋନ,

ଫୋନ ପରି ତାକୁ ମଧ୍ୟ ରିଚାର୍ଜ କରିବାକୁ ହୁଏ ପ୍ରତିଦିନ।

ଯେମିତି ଫୋନ ରିଚାର୍ଜ ନହେଲେ କଲ ଯାଏ ନାହିଁ,

ସେମିତି ପ୍ରେମିକା ରିଚାର୍ଜ ନହେଲେ କଥା ହୁଏ ନାହିଁ।

ଫୋନ ଭଳି ପ୍ରେମିକାକୁ ମଧ୍ୟ ଯତ୍ନ କରିବାକୁ ପଡେ,

ଥରେ ଅଯତ୍ନ ହେଲେ ତାର ବହୁ ପ୍ରୋବ୍ଲେମ ବାହାରେ।

ସେହି ପ୍ରୋବ୍ଲେମ ସବୁକୁ ସମାଧାନ କରିବା ପାଇଁ,

କେତେ ଯେ ପ୍ରୋବ୍ଲେମ ସାମ୍ନା ହୁଏ ତାହା ଜଣା ନାହିଁ।

ମିସଡ୍ କଲ୍ ଭଳି ତାଙ୍କ ଏକ ବଡ ଅସ୍ତ୍ର ଅଛି,

ସେ ଅସ୍ତ୍ର ଛାଡି ଅସ୍ତବ୍ୟସ୍ତ କରିଥାନ୍ତି ନୀତି।

ଅଡିଓ, ଭିଡିଓ ପରି ବାଜୁଥାନ୍ତି ନିତି ଦିନ,

ବନ୍ଦ ହେବାକୁ କହିଲେ ବଢେ ମାନ ଅଭିମାନ।

ଫୋନ ଭଳି ତାଙ୍କ ପାଖେ ଅନେକ ସୁଇଚ ଅଛି,

ଦରକାର ବେଳେ ସୁଇଚ ସବୁ ଚିପି ସେ ଦିଅନ୍ତି।

ଭାଇରସ୍ ଯେବେ ତାଙ୍କ ମେମୋରିରେ ପଶିଥାଏ,

ସ୍କାନ୍ କରିବାପାଇଁ କେତେ କଷ୍ଟ କରିବାକୁ ହୁଏ।

ମେସେଜ୍ ବକ୍ସ ଭଳି ତାଙ୍କ ହୃଦୟଟେ ଅଛି।

ସେ ବକ୍ସ ଖୋଲି ପଢିବାକୁ କହୁଥାନ୍ତି ନିତି।

ମେସେଜ୍ ମଧ୍ୟ ବେଳ ଦେଖି ସେଣ୍ଟ କରୁଥାନ୍ତି,

ରିପ୍ଲାଏରେ ଲେଟ ହେଲେ ରାଗି ସେ ଯାଆନ୍ତି।

ରାଗ ତାଙ୍କ ଥାଏ ମନେ କିଛି କ୍ଷଣ ପାଇଁ,

ରିପ୍ଲାଏ ପାଇଗଲେ ପାଶେ ଆସିଥାନ୍ତି ଧାଇଁ।

ଧାଇଁ ଆସି ଧରି ନିଅନ୍ତି ପ୍ରେମିକର ହାତ,

ହାତ ଧରି କହୁଥାନ୍ତି, ତୁମକୁ ଭଲପାଏ ମୁଁ ବହୁତ।

ରାଗିଗଲେ ଭାରି ସୁନ୍ଦରୀ ଦେଖାଯାଉଥାନ୍ତି,

ସେଥିପାଇଁ ପ୍ରେମିକାଙ୍କୁ ପ୍ରେମିକ ମାନେ ଜାଣି ଚିଡାଉଥାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy