STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Comedy

3  

ନାୟକ ଅକ୍ଷୟ ରାଜହସ୍ତୀ

Comedy

ମୋବାଇଲ୍ ପାଠ ପଢା

ମୋବାଇଲ୍ ପାଠ ପଢା

1 min
196

ଯେବେଠୁ ଆସିଲା ଏଇ ପୃଥିବୀକୁ

କରୋନା ବଂଶ ବୁଡ଼ା,

ଇସ୍କୁଲୁ ପିଲାଏ ଶୁଭ ପକେଇଲେ

ମୋବାଇଲ୍ ପାଠ ପଢା

ନ ହେଲେ ଗୃହରେ ଝଗଡ଼ା

ରାଗିବା ଋଷିବା ଅମାନିଆ ହେବା

ସଙ୍ଗେ ପୁଣି ମୁଁହ ମୋଡା ।

ଦିଦି ମୋବାଇଲ୍ ଯୋଗେ ହାଜିରା ପକାନ୍ତି

ପିଲା କହନ୍ତି ମାମ୍ ଇଏସ୍,

ଇ ଭ, ଏସ୍, ଇଙ୍ଗିଲିଶ୍ ଟେବୁଲ୍ ଘୋଷି ଘୋଷି

ହୋଇ ଯାଆନ୍ତି ସିରିଏସ୍

ପଢ଼ା ପାଠ ସବୁ ଲେସ୍

ଗେମ୍ ଇନ୍ ଷ୍ଠା ବିଲୁ ଫିଲିମ୍ ରେ

ହୋଇଯାଏ ମନ ପେସ।

ଚଗଲା ମନଟି ପୁରା କଞ୍ଚା ମାଟି

ବ୍ଲୁ ହେଲ ଦିଏ ଘାଣ୍ଟି

କେବେ କେବେ ପୁଣି ହୋଇଯାଏ ପ୍ରେମ

ଦିଦି ସହ ଖେଳ ଫିଫ୍ଟି 

ଛାତ୍ର ଜୀବନ ରୁ ଛୁଟି

ଅତର ଲଗେଇ ଖାଇ ପିଇ ଦେଇ

ସାଙ୍ଗ ସହ ଜମେ ଖଟି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy