STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ମୋ ଉତ୍କଳ

ମୋ ଉତ୍କଳ

1 min
189

ଏହି ଉତ୍କଳ ମାଟିରେ ଜନମ ମୋହର

ଭାଷା ମୋର ଓଡ଼ିଆ

ମୁଁ ଭଲପାଏ ମୋର ଭାଷାକୁ

ମୋର ସଂସ୍କୃତି କଳା ପରମ୍ପରାକୁ।

ଉତ୍କଳର କଳା ଓଡିଶୀ, ଛାନ୍ଦ, ଚମ୍ପୁ

ପାଲା ଦାସକାଠିଆର ନାହିଁ ତୁଳନା।

ଉତ୍କଳର ପ୍ରାକୃତିକ ସୁଷମାକୁ କେ ସରି ହେବ

ଆମ ପୁରୀ, କୋଣାର୍କ, ଲିଙ୍ଗରାଜ, ଖଣ୍ଡଗିରି

ଧଉଳି ଆମ ଉତ୍କଳୀୟ ପରମ୍ପରାର ବଳିଷ୍ଠ 

ନିଦର୍ଶନ ଦେଖିବାକୁ ମିଳେ

ପୁରୀ ମନ୍ଦିରରେ ବିଜେ କରୁଛନ୍ତି 

ଜଗତର ନାଥ ଜଗନ୍ନାଥ 

ସେପରି ଠାକୁର ଜଗତରେ କାହାନ୍ତି ...?

ଆମ କୁଆଁରପୁନେଇର ଠିଆ ପୁଚି 

ରଜ ଦୋଳି ଗୀତ ,ରଜ ପୋଡ଼ ପିଠା

ଓଡ଼ିଆ ଘରର ପଖାଳ କଂସା 

ହେଉ କି ହବିଷ ଡାଲାମା

ସବୁଠାରୁ ଲାଗେ ଭାରି ବଢିଆ

ଯେବେ ଆମ ମାଟି ମା କାlନ୍ଦୁଥିଲା କଇଁ କଇଁ

ସେତେବେଳେ ଗୋପବନ୍ଧୁ, ଫକୀର ମୋହନ, ମଧୁସୂଦନ

କଠିନ ଶ୍ରମ କରି ସ୍ୱତନ୍ତ୍ର ଉତ୍କଳ କରିଥିଲେ ଗଠନ

ଓଡ଼ିଆ ଭାଷା ପାଇଁ ସେମାନେ ସହିଥିଲେ 

ଅନେକ କଷଣ ..।

ଆମେ ବି ଓଡ଼ିଆ ମାଟିର ହୃତ ଗୌରବ 

ଆଜିଠୁ ପ୍ରୟାସରତ ହେବା

ଓଡ଼ିଶା ମାଟି ପାଇଁ କିଛି କରିଯିବା

ଏହି ଓଡ଼ିଶା ମାଟି ଯାହାର ଶାକ ତଣ୍ଡୁଳ ଖାଇ

ଏ ଦେହ ହେଇଛି ବଡ଼

ତା ପାଇଁ କିଛି କରିବାର ସମୟ ଆସିଛି

ଆସନ୍ତୁ ଆମେ ସବୁ ଭଉଣୀ ଭାଇ ହାତରେ 

ହାତ ମିଶାଇ ଉତ୍କଳ ମାଟି ପାଇଁ 

ଅନେକ କିଛି କରିବାର ପଣ ନେବା

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational