STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମୋ ଟିକି ଘର

ମୋ ଟିକି ଘର

1 min
13.7K


ମୋର ଘରଟି ବହୁତ ଟିକି

ବତା ବାଉଁଶ ଗୋବର ମାଟି

ଚାଳରେ ଛଣ ନଡ଼ା

ମୋ ଘର ମୋର ସରଗପୁର

ଧନ କି ଜନ ନ ଥାଉ ମୋର

ନ ଥାଉ ହାତୀଘୋଡ଼ା।

ନ ଥାଉ ପଛେ ମୋ କୋଠାବାଡ଼ି

ଘୋଡ଼ା କି ହାତୀ ମଟର ଗାଡ଼ି

ନ ଥାଉ ପଛେ ଧନ।

ଖାଇଲି ଯାହା ମିଳିଲା ମତେ

ଶାନ୍ତିରେ ଶୋଇ ସପନ କେତେ

ଦେଖଇ ସବୁଦିନ ।

ସେଇଠି ଖାଏ ସେଇଠି ଶୁଏ

ସପନ ଦେଖେ ଭଜନ ଗାଏ

ସରଗ ସିଏ ମୋର।

ଯେଉଁଠି ଶାନ୍ତି ମୋ ପାଇଁ ଭରା

କି ଖରା ତରା ବରଷ ସାରା

ସେଇ ମୋ ଟିକି ଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics