STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ମୋ ପ୍ରଥମ ଗୀତ

ମୋ ପ୍ରଥମ ଗୀତ

1 min
13.3K


ତମେ ବୁଝେଇବାରେ ଅପାରଗ

ନା ମୁଁ ବୁଝିବାରେ ଅସମର୍ଥ

ତମେ ପରିସ୍ଥିତି ଚାପରେ ହୁଏତ ନିରବ ଥାଇପାର

ମୁଁ କିନ୍ତୁ

ପ୍ରତୀକ୍ଷାର ପର୍ବତ ପାଖରେ ମଥାନତ ।

ସମୟ ତ ଆଲୋକ ପିଠିରେ ବସି

ଆତଯାତ ହୁଏ

ଦିନ ପରେ ରାତି, ରାତି ପରେ ପୁଣି ଦିନର

ମାୟା ରଚୁଥାଏ,

ଝୁଲୁଥାଏ କେବଳ ବିନ୍ଦୁଏ ଲୁହ

ସେଇ ଅସ୍ତଗାମୀ ଅତୀତର ଆଢୁଆଳରେ

ହାତ ଧରାଧରି ନହେଇ ବି ଯେଉଁଠି

ଛନ୍ଦିଥିଲେ ଆମେ

ଫିକା ଗୋଲାପି ରଙ୍ଗର ଭାବ ।

ପ୍ରେମ, ପ୍ରଣୟ, ପ୍ରୀତି ସବୁ ଅଲେଖା ଚିଠି

ବସନ୍ତର ଶେଷ ଉପାନ୍ତରେ ସବୁଜିମା ସବୁଠି

ହେଲେ କାହିଁକି କେଜାଣି

ମୁହଁ ଫୁଲାଇଥିଲା ମୋ ବାଲକୋନୀର ମନିପ୍ଲାଣ୍ଟ

ଆଖି ଛଳଚ୍ଛଳ କରୁଥିଲେ ଆକ୍ଵାରମର ଡିକି, ଡେଭିଲ ଓ ଡାନିଏଲ

ଷ୍ଟଡିରୁମରେ ଗୁମୁରୁଥିଲା କେହିଜଣେ

ପଚାରି ବୁଝେ ତ

ଦଶମ ଶ୍ରେଣୀ ରଚନା ବହି ଭିତରେ ସେ

ଲୁଚିଥିବା ମୋ ପ୍ରଥମ ଗୀତ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance