STORYMIRROR

Priyaranjan Biswal

Romance

3  

Priyaranjan Biswal

Romance

ମୋ ପ୍ରିୟା

ମୋ ପ୍ରିୟା

1 min
261

ମନେପଡେ ଆଜି ମୋର   

            ପ୍ରିୟାର ପହିଲି ଛୁଆଁ

ଲଗାଇ ଦେଇଥିଲା ସେ

           ମୋ ଦେହେ ପ୍ରୀତିର ନିଆଁ


ମନେପଡେ ତାର ସେଇ

           ସୁନ୍ଦର ଚୋରା ଚାହାଣୀ

ଯାହା ଲେଖୁଥିଲା ନିତି

           ଆମରି ପ୍ରେମ କାହାଣୀ


ତାର ନାଲି ଓଠୁ ଯେବେ

           ଝରେ ହସର ଝରଣା

ଦେଖି ତାହା ଯୁବକ ଯେ

            ହେଉଥିଲେ ବାଟବଣା


ତାର ଅଙ୍କାବଙ୍କା ଚାଲି

           ହୃଦୟେ ଫୁଟାଏ ମଲ୍ଲୀ

ଇଛାହୁଏ ମୋ ତା'ସହ

           ନାଚିବାକୁ କଥକଲି


 ଏମିତି ରୂପ ମାଧୁରୀ

          ଲାଗେ ସେ ସ୍ୱର୍ଗର ପରୀ

ଅନେକ ଯୁବକଙ୍କ ସେ

           ମନ କରିଥିଲା ଚୋରି


ଜାଣିନି କେମିତ ସେ ମୋ 

            ପ୍ରେମ ଜାଲେ ଗଲା ଫସି

ଲାଗେ ମୁଁ ସ୍ୱର୍ଗର ଇନ୍ଦ୍ର

           ଆଉ ସେ ମୋର ଉର୍ବଶୀ


ଗୋଲାପୀ ଶାଢିରେ ସିଏ

             ଲାଗଇ ଗୋଲାପ ଫୁଲ

ଦେଖି ଦେଇ ଦୂରୁ ପ୍ରେମେ

             ଭ୍ରମର ଫିଙ୍ଗନ୍ତି ଜାଲ


କଣ୍ଟାର ଆଘାତ ଲାଗି

          ଦେହେ ତାଙ୍କ ହୁଏ କ୍ଷତ

ତଥାବି ହ୍ୱନ୍ତି ବିଫଳ

         ଚୋରି କରିବାକୁ ଚିତ୍ତ


ଭାଗ୍ଯରେ ମୋହର ଯେଣୁ

             ତାକୁ ଲେଖିଥିଲା ବିହି

ପ୍ରେମିକା ରୂପରେ ତେଣୁ

            ପାଇଗଲି ତାକୁ ମୁଁହିଁ


ଜାଣେନାହିଁ ଚିରଦିନ

          ହେବକି ନାହିଁ ସେ ମୋର

ଅଧାବାଟେ ଧୋକା ଦେଇ

            ହେବକି ଆଉ କାହାର


ତାକୁ କିନ୍ତୁ କରୁଛି ମୁଁ

          ପ୍ରେମ ମନ ପ୍ରାଣ ଦେଇ

ତାକୁ ନେଇ ଲେଖିବି ମୁଁ

            ନୂଆ ଏକ ପ୍ରେମ ବହି


ଯଦି ଛାଡି ଚାଲିଯାଏ

          ଦୁଃଖ କରିବିନି କେବେ

ଚାହିଁବି ଏତିକି ତାକୁ

          ନମିଳୁ ଯାତନା ଲବେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance