ମୋ ପ୍ରିୟା
ମୋ ପ୍ରିୟା
ମନେପଡେ ଆଜି ମୋର
ପ୍ରିୟାର ପହିଲି ଛୁଆଁ
ଲଗାଇ ଦେଇଥିଲା ସେ
ମୋ ଦେହେ ପ୍ରୀତିର ନିଆଁ
ମନେପଡେ ତାର ସେଇ
ସୁନ୍ଦର ଚୋରା ଚାହାଣୀ
ଯାହା ଲେଖୁଥିଲା ନିତି
ଆମରି ପ୍ରେମ କାହାଣୀ
ତାର ନାଲି ଓଠୁ ଯେବେ
ଝରେ ହସର ଝରଣା
ଦେଖି ତାହା ଯୁବକ ଯେ
ହେଉଥିଲେ ବାଟବଣା
ତାର ଅଙ୍କାବଙ୍କା ଚାଲି
ହୃଦୟେ ଫୁଟାଏ ମଲ୍ଲୀ
ଇଛାହୁଏ ମୋ ତା'ସହ
ନାଚିବାକୁ କଥକଲି
ଏମିତି ରୂପ ମାଧୁରୀ
ଲାଗେ ସେ ସ୍ୱର୍ଗର ପରୀ
ଅନେକ ଯୁବକଙ୍କ ସେ
ମନ କରିଥିଲା ଚୋରି
ଜାଣିନି କେମିତ ସେ ମୋ
ପ୍ରେମ ଜାଲେ ଗଲା ଫସି
ଲାଗେ ମୁଁ ସ୍ୱର୍ଗର ଇନ୍ଦ୍ର
ଆଉ ସେ ମୋର ଉର୍ବଶୀ
ଗୋଲାପୀ ଶାଢିରେ ସିଏ
ଲାଗଇ ଗୋଲାପ ଫୁଲ
ଦେଖି ଦେଇ ଦୂରୁ ପ୍ରେମେ
ଭ୍ରମର ଫିଙ୍ଗନ୍ତି ଜାଲ
କଣ୍ଟାର ଆଘାତ ଲାଗି
ଦେହେ ତାଙ୍କ ହୁଏ କ୍ଷତ
ତଥାବି ହ୍ୱନ୍ତି ବିଫଳ
ଚୋରି କରିବାକୁ ଚିତ୍ତ
ଭାଗ୍ଯରେ ମୋହର ଯେଣୁ
ତାକୁ ଲେଖିଥିଲା ବିହି
ପ୍ରେମିକା ରୂପରେ ତେଣୁ
ପାଇଗଲି ତାକୁ ମୁଁହିଁ
ଜାଣେନାହିଁ ଚିରଦିନ
ହେବକି ନାହିଁ ସେ ମୋର
ଅଧାବାଟେ ଧୋକା ଦେଇ
ହେବକି ଆଉ କାହାର
ତାକୁ କିନ୍ତୁ କରୁଛି ମୁଁ
ପ୍ରେମ ମନ ପ୍ରାଣ ଦେଇ
ତାକୁ ନେଇ ଲେଖିବି ମୁଁ
ନୂଆ ଏକ ପ୍ରେମ ବହି
ଯଦି ଛାଡି ଚାଲିଯାଏ
ଦୁଃଖ କରିବିନି କେବେ
ଚାହିଁବି ଏତିକି ତାକୁ
ନମିଳୁ ଯାତନା ଲବେ