STORYMIRROR

Rajesh Pattanaik

Romance

3  

Rajesh Pattanaik

Romance

ମୋ ପ୍ରିୟା ପାଇଁ ପଦେ

ମୋ ପ୍ରିୟା ପାଇଁ ପଦେ

1 min
196



ଜନମ ଦିନର ସୁଭେଛ୍ଛା ଦେଉଛି

   ଆଜି ଶୁଭ ଦିନ ପର।

ଧରା କୁ ଆସିଲ ମୋରି ପାଇଁକି

  ଧରା ଲାଗେ ମତେ ସରା ।


ମୋ ଜୀବନ କୁ ତୁମେ ଆଲୋକିତ କଲ

  ବିବାହ ବନ୍ଧନ ହୋଇ

ବାପା ମାଆ ପାଖେ ଗେଲ୍ଲା ରେ ବଢ଼ିଲ

  ମୋ ପାଇଁ ଆସିଲ ଧାଇଁ ।


ସୁଖ ଦୁଃଖର ସାଥୀ ହେଲ ତୁମେ

  ଧୈର୍ଯ୍ୟର ପ୍ରତୀକ ହୋଇ

ବିପଦରେ ମୋର ସାହସ ଯେ ଦେଲ

   ଖିସି ସେଥିପାଇଁ ମୁହିଁ ।


ପୁଅ ଝିଅଙ୍କର ଅଝଟ ସହିଲ

  ମୁଁ ଜାଣି ପାରିଲି ନାହିଁ

ମନର ବିଷାଦ ଭୁଲିଯାଏ ଥାଏ

   ତୁମ ମୁଖ ଦେଲେ ଚାହିଁ ।


ପାଶୋର। କଥାକୁ ମାନେପକାଅ ଯେ

  ଆଲରାମ୍ ଭଳି ସତେ

କ୍ଷଣିକ ପାଇଁ ଯେ ଗଲେ ବାପଘରେ

  ଭଲ ଲାଗେ ନାହିଁ ମୋତେ ।


ପ୍ରତି ମୁହୂର୍ତ୍ତରେ ତୁମ ଉପସ୍ଥିତି

   ଜଣାପଡେ ମତେ ସଦା

ତୁମ ବିନା ସତେ ରହିପାରିବିନି 

   ଜୀବନ ସଙ୍ଗିନୀ ରାଧା  ।


ମନକୁ ଯଦିମୁଁ କଷ୍ଟ ଦେଇଥାଏ

  କ୍ଷମା କରିଦିଅ ମତେ

ଭଲପାଏ ବୋଲି କହିଦିଅ ଟିକେ

   ମନେ ଧରିବନି ସତେ ।


ଉପହାର ସିନା ଦେଇପାରିନାହିଁ 

   ଦୁଃଖ କରିବନି ମନ

ହୃଦୟ ରୁ ମୋର ସ୍ଥାନ ଦେଇଅଛି

   କରିବନି ଅଭିମାନ ।


ଜୀବନ ରେ ଯଦି ଝଡଝଞ୍ଜା ଆସେ

  ଛାଡିବନି ସାଥି ମୋର 

ଶପଥ କରୁଛି ନିଜର ରହିବି 

  ହେବି ନାହିଁ କେବେ ପରା ।


ଜନମ ଦିନର ସୁଭେ ଛ୍ଛା ଏ ଯାଣ

   କରିବନି କେବେ ପର

ସୁଖ ଦୁଃଖ ସାଥେ ଜୀବନ କାଟିବା

   ପ୍ରିୟତମା ତୁମେ ମୋର ।


Rate this content
Log in

Similar oriya poem from Romance