STORYMIRROR

Sagar Kumar Parida

Romance

2  

Sagar Kumar Parida

Romance

ମୋ ପ୍ରେମିକା

ମୋ ପ୍ରେମିକା

1 min
2.6K

ତୁମେ ମୋ ସ୍ୱପ୍ନର ରାଜକୁମାରୀ ଗୋ

           ଅଲିଅଳ ରାଜକନ୍ୟା,

ମୋ ପ୍ରେମ ରାଇଜେ ବୁଲିଆସ ଥରେ

           ମନର ମାନସୀ କନ୍ୟା

ପ୍ରଥମ ଦେଖାରେ ତୋ ବାଙ୍କ ଚାହାଣୀ

           ହୃଦ କଲା ବିଦାରଣ ,

ସବୁଦିନ ପାଇଁ ହୃଦୟ ମଧ୍ୟରେ

           ରହିଗଲ ହୋଇ ଜହ୍ନ

ତୁମେ ମୋ ମନର ଆକାଶ ବକ୍ଷରେ

           ପ୍ରେମର ଡେଣା ମେଲାଇ,

ମନ ଆନନ୍ଦରେ ଘୂରି ବୁଲୁଅଛ

            ସୁମଧୁର ଗୀତ ଗାଇ

ତୁହିଁ ଅଟୁ ମୋର ପ୍ରଥମ ପ୍ରେମ

          ବସିଛି ତୋ ବାଟ ଚାହିଁ ,

ତୋରବିନା ମୋର ଜୀବନ ଲାଗଇ

          ସତେ ଅବା ମରୁଭୂଇଁ

ଯେଉଁ ଦିନଠାରୁ ତୋ ମନ ସାଥିରେ

          ମୋର ମନର ମିଳନ,

ମୋ ପ୍ରେମ ରାଇଜ ବସନ୍ତ ବସନ୍ତ

        ଲାଗେ ମୋତେ ରାତ୍ର ଦିନ

ହେ ଚନ୍ଦ୍ର ବଦନୀ ଯୌବନର ବନ୍ୟା

        ଖେଳୁଛି ତୁମ ଅଙ୍ଗରେ,

ସେଇ ବନ୍ୟାଜଳେ ଭସାଇଦେ ମୋତେ

       ଭରୀ ପ୍ରେମ ନୌଉକାରେ

ମୋ ପ୍ରେମ ରାଜ୍ୟର ନନ୍ଦନବନରେ

          ଅଟୁ ତୁହିଁ ପାରିଜାତ,

କେଉଁ ଦିନ ମୋର ହାତେ ଧରା ଦେବୁ

        ଭାବୁଛି ମୁଁ ଅବିରତ      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance