ମୋ ପ୍ରେମ କାହାଣୀ
ମୋ ପ୍ରେମ କାହାଣୀ
ପ୍ରେମରେ ପାଗଳ ହେବାର ନଥିଲା
ହେଇ ସାରିଛି ମୁଁ ଆଜି
ଜାଣି ଜାଣି ଭୁଲ୍ କରିବା ନଥିଲା
ଠିଆ ଏବେ ଦୋଷୀ ସାଜି
ଭାବିଥିଲି ପ୍ରେମ ମନର ମିଲନ
ସତ ଲାଗୁଥିବା ନିଆରା ସପନ
ଗିତ ଗାଉଥିବା ବସନ୍ତ ପବନ
ତଥାପି ପାରୁନି ବୁଝି,
ପ୍ରେମରେ ପାଗଳ ହେବାର ନଥିଲା
ହେଇ ସାରିଛି ମୁଁ ଆଜି ।
ଆଗରୁ ଥିଲି ମୁଁ ଜୀବନ ପଥିକ
ଚାଲୁଥିଲି ଏକାଏକା
ସେ ପଥେ ଦିନେ ପତ୍ରଝଡା ଦିନେ
ତା ସାଥିରେ ହେଲା ଦେଖା
ଗୋଡ ଟାଣୁଥିଲା ତା ପଛେ ଯିବାକୁ
ଆଖି ଚାହୁଁଥିଲା ତା ମିଠା ହସକୁ
ମନ କହୁଥିଲା ତାକୁ ଡାକିବାକୁ
କରିବାକୁ ଚିରସଖା,
ଆଗରୁ ଥିଲି ମୁଁ ଜୀବନ ପଥିକ
ଚାଲୁଥିଲି ଏକାଏକା ।
ଜିବନ ପଥ ରୁ ପାଦ କାଢ଼ିନେଇ
ପ୍ରେମପଥେ ପାଦ ଦେଲି
ଏ ଛାତି ଭିତରେ ହୃଦୟଟେ ଥାଏ
ଅନୁଭବ ତେବେ କଲି
ଆଗରୁ କେବେ ବି ଶ୍ବାସ ନେଉଥିଲି
ରାତିରେ କେବେ ମୁଁ ସ୍ବପ୍ନ ଦେଖୁଥିଲି
ମନେ ମନେ କେବେ ଗିତ ଗାଉଥିଲି
ପରିଚିତ ତେବେ ହେଲି,
ଜିବନ ପଥ ରୁ ପାଦ କାଢ଼ିନେଇ
ପ୍ରେମପଥେ ପାଦ ଦେଲି ।
ତା ପଛେ ଚାଲିବା ଭୁଲ୍ ଅବା ଭଲ
ଭାବୁଥିଲି ମନେ ମନେ
ରତୀ ଦେବୀ ପରି ତା ରୂପ ରାଜି
ତୀର ଛାଡୁଥିଲା ତନେ
ପାନ କରିବାକୁ ତା ଓଠର ନିଶା
ବୁଝିବି ଭାବିଲି ତା ଆଖିର ଭାଷା
ତାକୁ ପାଇବାକୁ ବାନ୍ଧି ଦୃଢ଼ ଆଶା
ହଜିଥିଲି ମାୟା ବନେ,
ତା ପଛେ ଚାଲିବା ଭୁଲ୍ ଅବା ଭଲ
ଭାବୁଥିଲି ମନେ ମନେ ।
ନବାଗତ ଥିଲି ପ୍ରେମର ପଥରେ
ସବୁ ଲାଗୁଥିଲା ନୁଆଁ
କାହିଁ କେତେ କଷ୍ଟ ସହି ଯାଉଥିଲି
ପାଇବି ବୋଲି ତା ଛୂଆଁ
ତା ମାୟା ଜାଲରେ ଛନ୍ଦି ହେଉଥିଲି
ଅଗାଧ ସିନ୍ଧୁରେ ବୁଡି ଯାଉଥିଲି
ଜଳନ୍ତି ମରୂରେ ଡେଇଁ ପଡୁଥିଲି
ପିଇ ଯାଉଥିଲି ନିଆଁ,
ନବାଗତ ଥିଲି ପ୍ରେମର ପଥରେ
ସବୁ ଲାଗୁଥିଲା ନୁଆଁ ।
ସେ ବେଳେ ଫଗୁଣ ଗିତ ଗାଉଥିଲା
କେତେ ସୂରେ ତା ନାଁ ନେଇ
ସେ ଜହ୍ନରାତି ହେଲା ମୋର ସାଥି
ତା ଭାବନା ମନେ ଦେଇ
ସତ ଥିଲା ତାହା ଅବା ଗୋଟେ ଗପ
ମରୂ ପରି ଥିଲା ଅବା ଥିଲା ଦ୍ବୀପ
ଆଶୀର୍ବାଦ ଥିଲା ଅବା ଅଭିଶାପ
ସବୁ ବନ୍ଧନ ଥିଲି ଡେଇଁ,
ସେ ବେଳେ ଫଗୁଣ ଗିତ ଗାଉଥିଲା
କେତେ ସୂରେ ତା ନାଁ ନେଇ ।
ନଥିଲି ଆସ୍ତିକ ଥିଲି ମୁଁ ନାସ୍ତିକ
ମାନୁ ନ ଥିଲି ମୁଁ ଦିଅଁ
ତା ପାଇଁ କେବଲ ଆସ୍ତିକ ସାଜିଲି
ମାଗୁଥିଲି "ତାକୁ ଦିଅ"
ହେଲେ ମୁଁ ପାଇଲି ମିଛ ପ୍ରତିଶ୍ରୁତି
ଜହ୍ନରାତି ହେଲା ଉଁଆସର ରାତି
ଯିଏ ଦିନେ ଥିଲା ଭାବନାର ସାଥି
ଟାଣି ନେଲା ପ୍ରେମ-ସୂଅ,
ନଥିଲି ଆସ୍ତିକ ଥିଲି ମୁଁ ନାସ୍ତିକ
ମାନୁ ନ ଥିଲି ମୁଁ ଦିଅଁ ।
ସବୁ ବେଳେ ପ୍ରେମ କଷ୍ଟ ଦେଉଥିଲା
ସ୍ବପ୍ନ ଥିଲା ଟିକେ ସୁଖ
ସାଜିଥିଲି ବୋଲି ପାଗଳ ପ୍ରେମିକ
ସହି ଯାଉଥିଲି ଦୁଃଖ
ଭାବିଥିଲି ପ୍ରେମ ସରଗର ଫୁଲ
ସୁଖିଲା ମରୂରେ ଗୋଟେ ବୁନ୍ଦା ଜଳ
ତିମିର ନାଶକ ସୂନେଲୀ ସକାଳ
କରି ଗଲା ନର୍କ ମୂଖ,
ସବୁ ବେଳେ ପ୍ରେମ କଷ୍ଟ ଦେଉଥିଲା
ସ୍ବପ୍ନ ଥିଲା ଟିକେ ସୁଖ ।

